୨୫ରୁ ବଲାଙ୍ଗୀରରେ ଖରିଫ ଧାନ କିଣା ଆରମ୍ଭ

ବଲାଙ୍ଗୀର : ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା। ବଲାଙ୍ଗୀର ଜିଲ୍ଲା ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ଅଧକ୍ଷତରେ ଜିଲ୍ଲା ଯୋଗାଣ ବିଭାଗ ସହ ଚାଷୀ ନେତା ଓ ମିଲର୍ସ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ତେବେ ଚଳିତ ବର୍ଷ କିଭଳି ଭଲ ଭାବରେ ଧାନକିଣା ହେବ, କିଭଳି ଚାଷୀ ହଇରାଣ ନହେବେ, କଟଣୀ ଛଟଣୀର ଯେପରି ଚାଷୀ ଶିକାର ନହେବେ ସେନେଇ ଆଲୋଚନା ହୋଇଛି ।

ସେପଟେ ମିଲର୍ସଙ୍କ ଉପରେ ବର୍ଷିଲେ ଦୁଇ ବିଧାୟକ । ଧାନ କିଣା ବିଳମ୍ବ କରାଯାଇଛି । ଏବେ ମିଲର୍ସଙ୍କ ମିଲରେ ଗଚ୍ଛିତ ହୋଇସାରିଛି ବେଆଇନ ଭାବରେ ଧାନ । ଧାନ କମ୍‌ ଦାମ୍‌ରେ ଦଲାଲଙ୍କ ସହ ମିଲର୍ସଙ୍କୁ ବିକ୍ରି କରିସାରିଥିବା ବିଧାୟକ ମାନେ ଅଭିଯୋଗ କରିଛନ୍ତି ।

Related Posts