ଧାମନଗର ଉପନିର୍ବାଚନ; ଫଳାଫଳ ଆସିବା ପୂର୍ବରୁ ତିହିଡ଼ିରେ ନିର୍ବାଚନୀ ହିଂସା, ୨ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଉପନିର୍ବାଚନ ଫଳାଫଳ ଲାଗି ଆଉ କେଇ ଘଣ୍ଟା ବାକି ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ଗୋଟିଏ ପରିବାର ଉପରେ ଆକ୍ରକଣ ହୋଇଛି ।

ଅଭିଯୋଗ ଅନୁସାରେ, ତଳ ଗୋପବିନ୍ଧା ଗାଁର ଦୁଇ ପରିବାକୁ ଭୋଟ୍ ନ ଦେବା ଲାଗି ଏକ ଦଳର କର୍ମୀମାନେ ଚେତାବନୀ ଦେଇଥିଲେ । ମାତ୍ର ସେମାନଙ୍କ କଥା ନମାନି ସେହି ପରିବାର ଲୋକେ ଭୋଟ ଦେବାକୁ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଗୋଷ୍ଠୀର ଲୋକେ ବାପ-ଝିଅଙ୍କୁ ଲୁହା ଛଡ଼ ଓ ବାଡି ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ। ବାପା ଝିଅଙ୍କୁ ଆକ୍ରମଣ କରିବାରୁ ଦୁଇଜଣ ଗୁରୁତର ହୋଇଛନ୍ତି।

ବାପା ଝିଅଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭୋଟ ଦେବାକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ପ୍ରଥମେ ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ତିହିଡ଼ି ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Related Posts