
ଭୁବନେଶ୍ଵର : ଗତକାଲି ଥିଲା ଧନତେରସ । କରୋନା ମହାମାରୀ କଟକଣା ହଟିବା ପରେ ଚଳିତବର୍ଷ ସୁନା କିଣିବାକୁ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ଆନୁମାନିକ ହିସାବ ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୭୦ କୋଟି ଟଙ୍କାର ସୁନା ଗହଣ ବିକ୍ରି ହୋଇଛି । ଯାହା ଗତବର୍ଷର ବିକ୍ରି ତୁଳନାରେ ୩୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଧନତେରାସରେ ସାଢ଼େ ତିନି କ୍ୱିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଛି ।
କେବଳ ରାଜଧାନୀରେ ୨ କ୍ୱିଣ୍ଟାଲ ଅର୍ଥାତ୍ ୧୦୦ କୋଟିରୁ ଅଧିକ ଟଙ୍କାର ସୁନା ଓ ଅନ୍ୟାନ୍ୟ ଗହଣା ବିକ୍ରି ହୋଇଛି । ଭୁବନେଶ୍ୱର ବ୍ୟତୀତ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ବାଲେଶ୍ୱର ଭଳି ସହରରେ ମଧ୍ୟ ସୁନା ବିକ୍ରିରେ ଅହେତୁକ ବୃଦ୍ଧି ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନତେରସରେ ଷ୍ଟୋର ଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ୧୦ ଗୁଣା ବୃଦ୍ଧି ଘଟିଛି ।