ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ କାଉଣ୍ଟର: ଆଗକୁ ନାଗଫାଶରେ ସମସ୍ତେ ଫସିବେ, କେହି ନିସ୍ତାର ପାଇବେନି

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଜମିଛି ପ୍ରଚାର । ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ, ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନ କୁ ଓହ୍ଲେହି ପ୍ରଚାର ମଙ୍ଗ ଧରିଥିବା । ଏହି ଅବସରରେ ନବୀନଙ୍କୁ ସିଧା କାଉଣ୍ଟର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୧୮ ମାସ ୫ ବର୍ଷର କାମ ହୋଇପାରିବ ଓ ଧାମନଗର ଦାୟିତ୍ବ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଆଉ ଏହାକୁ କାଉଣ୍ଟର କରି ଧର୍ମେନ୍ଦ୍ର କହିଛନ୍ତି ଯେ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ କଣ କରୁଥିଲେ ।

ଲୋକେ ଆସ୍ଥା ପ୍ରକଟ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ବ ବୁଝୁଛନ୍ତି ନା କିଏ ଗୁମାସ୍ତା ବୁଝୁଛନ୍ତି ସେକଥା ସମସ୍ତେ ଜାଣନ୍ତି। ହାତଗୁଞ୍ଜା ନଦେଲେ କାମ ହେଉନି। କିନ୍ତୁ କିଛି ଛୋଟ କର୍ମଚାରୀ ଧରାପଡୁଛନ୍ତି। ଆଗକୁ ନାଗଫାଶରେ ସମସ୍ତେ ଫସିବେ। କେହି ନିସ୍ତାର ପାଇବେନି। ମେଡିକାଲ କଲେଜ ପ୍ରସଙ୍ଗ ନେଇ ବର୍ଷିଲେ। କହିଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ ନାହିଁ। ନେତା ନାଗଫାଶ ଜାଲରେ ପଡିଗଲେଣି।

ଏଠି ବହୁତ ତଳିଆ କର୍ମଚାରୀ ଟଙ୍କା ନେଣଦେଣ କରୁଛନ୍ତି ଆଉ କିଛି ବଡ଼ବଡିଆ ନାଗଫାଶରେ ଫସିଛନ୍ତି । ତଦନ୍ତ ହେବ କେହି ବି ବର୍ତ୍ତିବେ ନାହିଁ। ମୁ ଶୁଣିଛି କୁଆଡେ ଗୋଟେ ବଡ଼ ଏଜେନ୍ସି ଏହାର ତଦନ୍ତ କରିବା ଏବେ ଆରମ୍ଭ କରିଛି। ତେଣୁ ପାଖ ଜିଲ୍ଳାର ଆସିଥିବା ପଥର ମାଫିଆମାନେ ବି ନିସ୍ତାର ପାଇବେନି।

ଧର୍ମେନ୍ଦ୍ରଙ୍କ ଏହି ପ୍ରଚାର ସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିମନ୍ୟୁ ସେଠୀ ପ୍ରମୁଖ ଉପସ୍ଥିତ ରହି ସୂର୍ଯ୍ୟବଂଶୀଙ୍କୁ ଭୋଟ ଦେବା ପାଇଁ ଧାମନଗରବାସୀଙ୍କୁ ନିବେଦନ କରିଥିଲେ। ଏହି ସଭାରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ‌ସୂରଜ ଯୋଗଦେଇ ମୋତେ ଧାମନଗର ମାଟିର ସେବା ପାଇଁ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲିକହିଥିଲେ। ଧର୍ମେନ୍ଦ୍ରଙ୍କର ଆଜିର ଏଇ ପ୍ରଚାର ‌ସଭାରେ ହଜାର ହଜାର ସଂଖ୍ୟାରେ ବିଜେପି ନେତା ଓ କର୍ମୀମାନେ ଯୋଗଦେଇଥିଲେ ।

Related Posts