ଭୁବନେଶ୍ୱର : ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା କୁ ନେଇ ଜାରି ରହିଛି ରାଜନୀତି । ବିରୋଧି ଶାସକ ଦଳକୁ ଟାର୍ଗେଟ କରିବା ସହ ନିରବିଛିନ ତଦନ୍ତ ପାଇଁ ଦାବି କରି ଆସୁଛନ୍ତି । ତେବେ ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସାଇକ୍ରାଟିକ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ ଖାଉଥିଲେ ଧର୍ମେନ୍ଦ୍ର ସାହୁ । ମୃତ୍ୟୁର କିଛିଦିନ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ । ପରେ ଡାକ୍ତର ସାଇକାଟ୍ରିକ୍ ମେଡ଼ିସିନ ଖାଇବାକୁ ଦେଇଥିଲେ । କିଛିଦିନ ଖାଇବା ପରେ ଆଉ ମେଡ଼ିସିନ ଖାଇ ନଥିଲେ ଧର୍ମେନ୍ଦ୍ର ।

ବୋଧହୁଏ ନିଜର ମାନସିକ ଭାରସାମ୍ୟ ହରାଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ସେପଟେ ଜବତ ହୋଇଥିବା ମୋବାଇଲ, ଘଣ୍ଟା ଓ ହାର୍ଡଡିସ୍କର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ତେବେ ଆତ୍ମହତ୍ୟା ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ଜଣାପଡିନି ।

ଆତ୍ମହତ୍ୟା ପୂର୍ବରୁ ୧୫ ଜଣଙ୍କ ସହ କଥା ହୋଇଥିଲେ ଧର୍ମେନ୍ଦ୍ର । ସିଡ଼ିଆର ଯାଂଚ ବେଳେ ଏହି ତଥ୍ୟ ପାଇଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ଯେଉଁମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ ସମସ୍ତଙ୍କୁ ପଚରାଉଚରା କରିବ ପୋଲିସ ।