(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ” ଦିଲ୍ଲୀରୁ ଏକା ସାଙ୍ଗରେ ଆସିଲେ, ଗଲା ବେଳକୁ ପୁରା ଧୋଇ ଦେଇ ଗଲେ। ” ଇଏ ହେଉଛି ଜନ ଆଶୀର୍ବାଦ ଯାତ୍ରା ପରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ଜଣେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରତିକ୍ରିୟା। ନିକଟରେ ଶେଷ ହୋଇଥିବା ବିଜେପିର ଜନ ଆଶୀର୍ବାଦ ଯାତ୍ରାକୁ ନେଇ ଏବେ ମିଡିଆରେ ଏବଂ ରାଜନୈତିକ ମଇଦାନରେ ଅନେକ ଅଙ୍କ କଷା ଆରମ୍ଭ ହୋଇଯାଇଛି। ତେବେ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମେନ୍ ଷ୍ଟ୍ରିମ୍ ମିଡିଆ ଚୁପ୍ ସୋସିଆଲ ମିଡିଆରେ ଏହା ଉପରେ କିନ୍ତୁ ଜୋରଦାର ଚର୍ଚ୍ଚା ଚାଲିଛି। ସେ ପ୍ରସଙ୍ଗଟି ହେଉଛି ଓଡ଼ିଶା ବିଜେପି ସଙ୍ଗଠନରେ ଧର୍ମେନ୍ଦ୍ର ଏକୋଇର ବଳା ବିଶି କେଶନ। ଖେଳ ଶେଷ ଅଶ୍ବିନୀ ବୈଷ୍ଣବ ଏବେ ଓଡିଶା ବିଜେପିରେ ଶକ୍ତିଶାଳୀ ନେତା। କେବଳ ସେତିକି ନୁହେଁ ଅଶ୍ବିନୀ ଓଡିଶାରେ ଧର୍ମେନ୍ଦ୍ରଙ୍କ ଠାରୁ ଅଧିକ ଲୋକପ୍ରିୟ ମଧ୍ୟ।
ଅଶ୍ବିନୀଙ୍କ ବିଷୟରେ ଏଭଳି ସ୍ବପିଂ ଷ୍ଟେଟମେଣ୍ଟ ଅନେକଙ୍କୁ ଅଡୁଆ ଲାଗୁଥାଇ ପାରେ , ମାତ୍ର ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଉଭୟ ଅଶ୍ବିନୀ ଏବଂ ଧର୍ମେନ୍ଦ୍ରଙ୍କ ଜନ ଆଶୀର୍ବାଦ ଯାତ୍ରାର କଭରେଜକୁ ଯଦି ଅବଜେକଟିଭିଲି ତର୍ଜମା କରାଯାଏ ତେବେ ଫଳା ଫଳ ଏକତରଫା ଭାବେ ଅଶ୍ବିନୀଙ୍କ ସପକ୍ଷରେ ଯିବ।
2019 ନିର୍ବାଚନ ପରେ ଓଡ଼ିଶାରେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଏତେ ତଳକୁ ଆସିଛି ତାହା ମଧ୍ୟ ଏହି ଜନ ଆଶୀର୍ବାଦ ଯାତ୍ରା ଯାତ୍ରା ସମୟରେ ଦେଖିବାକୁ ମିଳୁଛି।କାରଣ ଯାହାବି ହେଉନା କାହିଁକି ଧର୍ମେନ୍ଦ୍ରଙ୍କ ଅଶ୍ବିନୀ ଅଧିକ ଲୋକପ୍ରିୟ ତାହା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।ଯଦି କେହି ଟୁଇଟର ପ୍ଲାଟଫର୍ମକୁ ତୁଳନା କରେ ତେବେ ଏଥିରେ କାହାର ଦ୍ବିମତ ରହିବ ନାହିଁ ଯେ ଜନ ଆଶୀର୍ବାଦ ଯାତ୍ରାରେ ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତାକୁ ଅଶ୍ବିନୀ ଧୋଇ ଦେଇଛନ୍ତି।
ଏବେ ଆସନ୍ତୁ ନଜର ପକାଇବା ଉଭୟ ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କ ପରଫରମାନ୍ସ ଟୁଇଟର ପ୍ଲାଟଫର୍ମରେ କଣ ରହିଛି ? ଧର୍ମେନ୍ଦ୍ରଙ୍କ ଟୁଇଟର ଫଲୋଅର ସଂଖ୍ୟା ହେଉଛି ୧୫ ଲକ୍ଷରୁ ଅଧିକ। ଅଶ୍ବିନୀଙ୍କ ଟୁଇଟର ଫଲୋଅର ସଂଖ୍ୟା ହେଉଛି ମାତ୍ର ୨ ଲକ୍ଷ ୮୭ ହଜାର। ଅର୍ଥାତ୍ ଧର୍ମେନ୍ଦ୍ରଙ୍କୁ ଟୁଇଟରରେ ଫଲୋ କରୁଥିବା ଲୋକଙ୍କ ସଂଖ୍ୟା ଅଶ୍ବିନୀଙ୍କ ଠାରୁ ବହୁ ଅଧିକ।
ତେଣୁ ସ୍ବାଭାବିକ ଭାବେ ଟୁଇଟରରେ ଧର୍ମେନ୍ଦ୍ରଙ୍କ କୌଣସି କାର୍ଯ୍ଯକ୍ରମ ହେଉ ବା ଭିଡିଓ ହେଉ ବା ଫଟୋ ହେଉ ଅଧିକ ଲୋକ ଏହାକୁ ଅଶ୍ବିନୀ ବୈଷ୍ଣବଙ୍କ ଆକାଉଣ୍ଟ ଅପେକ୍ଷା ବହୁ ଅଧିକ ଲୋକ ଲାଇକ୍, କମେଣ୍ଟ ଏବଂ ରି ଟୁଇଟ୍ କରନ୍ତି । ଜନ ଆଶୀର୍ବାଦ ଯାତ୍ରା ଏଭଳି ଏକ ମଉକା ଥିଲା ମିଡିଆ ରିସର୍ଚ୍ଚର ମାନଙ୍କ ପାଇଁ ଯେଉଁଥିରେ ଉଭୟ ନେତା ଏକା ସାଙ୍ଗରେ ହିଁ ନେତୃତ୍ୱ ନେଉଥିଲେ। ଯାତ୍ରା ସମୟରେ ଉଭୟଙ୍କ ଟୁଇଟର ଆକାଉଣ୍ଟରେ କାର୍ଯ୍ୟକ୍ରମକୁ ନେଇ ଉଭୟ ନେତା ଫଟୋ, ଭିଡିଓ ଏବଂ ଲେଖା ପୋଷ୍ଟ ହେଉଥିଲା। ଏବଂ ସମସ୍ତ ଘଟଣା ପ୍ରାୟ ରାଜନୈତିକ କାର୍ଯ୍ୟକ୍ରମ ହିଁ ଥିଲା। ଏବଂ ଉଭୟଙ୍କର ପୋଷ୍ଟକୁ କେତେ ଲାଇକ୍ ହୋଇଛି ତାହା ହିଁ ଦେଖାଇ ଦେଇଛି ଓଡିଶାରେ ଆଜି ଦିନରେ କୌନ କିତିନେ ପାନି ମେ।
ପୋଷ୍ଟଟି ହେଉଛି ଉଭୟ ନେତା ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ ନିକଟରେ ସାଷ୍ଟାଙ୍ଗ କରୁଥିବାର ଫଟୋ। ପୋଷ୍ଟଟି ଦୁଇଟି ଫ୍ରେମିଂ ହୋଇ ଗୋଟିଏ ଥିରେ ପଡିଛି। ଏହି ରିପୋର୍ଟ ଲେଖା ହେବା ବେଳକୁ ଅଶ୍ବିନୀ ବୈଷ୍ଣବଙ୍କ ଲାଇକ୍ ହେଉଛି ପାଖାପାଖି ସାଢେ ୧୦ ହଜାର, ରିଟ୍ବିଟ୍ 766 ,ଏବେ ନଜର ପକାନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟ ଉପରେ, ପ୍ରଧାନଙ୍କ ଲାଇକ୍ ମାତ୍ର ୨ ହଜାର ୯୫ ଏବଂ ରିଟ୍ବିଟ୍ 198।
ଏ ଭିଡିଓ ପୋଷ୍ଟ ଉପରେ ନଜର ପକାନ୍ତୁ ଭିୟୁ 83 ହଜାରରୁ ଅଧିକ, ଲାଇକ୍ ସାଢେ 10 ହଜାର।
ଆଉ ଏକ ପୋଷ୍ଟକୁ ଦେଖନ୍ତୁ ଟ୍ରେନ୍ ଭିତରେ ସାଧାରଣ ଯାତ୍ରୀଙ୍କ ସହ କଥା ହେବାର ଭିଡିଓ। ଏହାର ଭିୟୁ 72 ହଜାରରୁ ଅଧିକ, ଲାଇକ୍ ପ୍ରାୟ 12 ହଜାର। ଏ ଭିଡିଓ ପୋଷ୍ଟର ଭିୟୁ 46 ହଜାରରୁ ଅଧିକ ଲାଇକ୍ 6 ହଜାରରୁ ଅଧିକ ।
ଆଦିବାସୀଙ୍କ ସହ ନାଚିବା ଭିଡିଓରେ ଭିୟୁ 20 ହଜାରରୁ ଅଧିକ। ଏସବୁ ଫେସବୁକ ପୋଷ୍ଟର ଭିୟୁ ଲକ୍ଷାଧିକ। ଏପରି ସ୍ଥଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମର ଭିୟୁ ଓ ଲାଇକ୍ ଅତ୍ୟନ୍ତ ନୈରାଶ୍ୟଜନକ। କା ଭାଁ ଦୁଇ ତିନୋଟି ପୋଷ୍ଟକୁ ଛାଡ଼ିଦେଲେ ବାକି ପୋଷ୍ଟରେ ଲାଇକ୍ ହଜାରେ ଛୁଇଁ ନାହିଁ।
ଏକଥା ମଧ୍ୟ ସତ ଯେ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଖୁବ୍ କ୍ରିୟାଶୀଳ। ଦୈନିକ ହିନ୍ଦୀ, ଓଡ଼ିଆ, ଇଙ୍ଗ୍ରାଜୀରେ ପ୍ରଧାନଙ୍କ ଟୁଇଟର ହ୍ୟାଣ୍ଡେଲରେ ବହୁ ପୋଷ୍ଟ ହୋଇଥାଏ ଅନେକଙ୍କ ପ୍ରଶ୍ନ ଯେ ପ୍ରଧାନଙ୍କର ଟୁଇଟର ହ୍ୟାଣ୍ଡେଲରେ ଅଶ୍ବିନୀଙ୍କ ଠାରୁ ପ୍ରାୟ 12 ଲକ୍ଷ ଫଲୋଅର ଅଧିକ ଥିବା ବେଳେ ଜନ ଆଶୀର୍ବାଦ ଯାତ୍ରାରେ ପ୍ରଧାନ ବୈଷ୍ଣବଙ୍କ ଠାରୁ ଏତେ ପଛରେ କେମିତି ପଡିଗଲେ? ଅଧିକ ଫଲୋଅର ଥିବା କାରଣରୁ ସ୍ଵାଭାବିକ ଭାବେ ପ୍ରଧାନଙ୍କ ପୋଷ୍ଟରେ ଅଶ୍ବିନୀଙ୍କ ଠାରୁ ଅଧିକ ଲାଇକ୍ ହେବା କଥା, ମାତ୍ର ଓଡ଼ିଶା ଗସ୍ତ ସମୟରେ ସେମିତି ହେଲା ନାହିଁ। ବିଜେପିର ବହୁ ନେତାଙ୍କ କହିବା କଥା ହେଉଛି ଯେ ଅଶ୍ବିନୀଙ୍କ ଟୁଇଟରରେ ଅର୍ଗାନିକ ଲାଇକ୍ ଓ ଭିୟୁ ସ୍ପଷ୍ଟ କରୁଛି ଯେ ଅଶ୍ବିନୀଙ୍କ ପ୍ରତି ଓଡିଶା ବିଜେପି ସମର୍ଥକଙ୍କ ମଧ୍ଯରେ ଅଧିକ ଭଲ ପାଇବା ଅଛି। ଏବଂ ଧର୍ମେନ୍ଦ୍ରଙ୍କ ତୁଳନାରେ ତାଙ୍କର ଫ୍ୟାନ୍ ଙ୍କ ସଂଖ୍ୟା ବହୁ ଅଧିକ ବୃଦ୍ଧି ପାଇଛି। ଧର୍ମେନ୍ଦ୍ରଙ୍କ ଲୋକପ୍ରିୟତା ହ୍ରାସକୁ ନେଇ ଅନେକ କାରଣ କୁହାଯାଉଛି। ତେବେ କାରଣ ଯାହା ବି ହେଉନା କାହିଁକି ସମସ୍ତଙ୍କ ଆଖି ଆଗରେ ଓଡିଶାରେ ଅଶ୍ବିନୀ ଯେ ଧର୍ମେନ୍ଦ୍ରଙ୍କୁ ଏଭଳି ମାତ୍ ଦେବେ ତାହା କେହିବି ଅନ୍ଦାଜା ଲଗାଇ ନଥିଲେ। ତାହାର ମୁଖ୍ୟ କାରଣ ଗତ ୭ ବର୍ଷ ହେଲା ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ରୋଡ୍ ସୋ, ବିଶାଳ ରାଲି, ଅଖଣ୍ଡ ଏକ ଚର୍କବର୍ତ୍ତୀ ପତିଆରା ଯିଏ ଦେଖିଛି ସିଏ କେବେ ବି ଭାବି ନଥିବ ଅଶ୍ବିନୀ ଏଭଳି ଜୋର କା ଝଟକା ଧିରେ ସେ ଦେବେ ବୋଲି।
ଅବଶ୍ୟ ଏହା ନିଶ୍ଚିତ ଭାବେ ଧର୍ମେନ୍ଦ୍ରଙ୍କ ପାଇଁ ଏକ ସତର୍କ ଘଣ୍ଟି। ବେଳ ଥାଉ ଥାଉ ସଜାଡି ଯାଅ ନହେଲେ ଅଶ୍ବିନୀଙ୍କ ଭଳି ଗୁଜରାଟୀ, ରାଜସ୍ଥାନରେ ପାଳିତ, ଓଡ଼ିଶାରେ ଚାକିରି କରିଥିବା ବ୍ୟାକ୍ ଡୋର ପଲିଟିକ୍ସରେ ପ୍ରବେଶ ବ୍ଯକ୍ତି ପ୍ରଧାନଙ୍କୁ ଯେ ଅନ୍ୟାୟସରେ ପରାଜିତ କରିପାରିବେ ଏ ତାର ଅନୁମାନ ମାତ୍ର।