କଳାହାଣ୍ଡିରେ ପତିଦାହ, ସ୍ତ୍ରୀ ର ଜଳନ୍ତା ଜୁଇ କୁ ଡେଇଁ ଜୀବନ ହାରିଲା ସ୍ୱାମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପତ୍ନୀର ଜୁଇରେ ଝାସ ଦେଇ ଦେଲା ସ୍ୱାମୀ l ସ୍ତ୍ରୀ ସାଙ୍ଗରେ ଆରପାରିକୁ ଚାଲିଗଲା ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଯୋଡ଼ି ଗାଁରେ । ମୃତକ ଦମ୍ପତି ହେଉଛନ୍ତି ନୀଳମଣି ଶବର ଓ ତାଙ୍କ ପତ୍ନୀ ରଏବାରି ଶବର। ପତ୍ନୀ ରଏବାରିର ହୃତଘାତରେ ମୃତ୍ୟୁ ହେବାରୁ ସ୍ତ୍ରୀ ର ଶବ ସତ୍କାର କରାଯାଉଥିବା ବେଳେ ସେହି ଜୁଇକୁ ଡେଇଁ ପଡ଼ିଥିଲେ ସ୍ୱାମୀ । ମୃତକ ନୀଳମଣି ଶବର (୬୦) ଚହକା ପଞ୍ଚାୟତ ୫ନମ୍ବର ୱାର୍ଡ ମେମ୍ବର ଥିଲେ। 

କାଲାହାଣ୍ଡି ଏସପି ବିବେକ ସୌରଭ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ସିଆଲଯୋଡି ଗାଁର ୫୭ ବର୍ଷିୟା ରାଏବରୀ ଶିବରଙ୍କର ହୃଦଘାତରେ ମଙ୍ଗଳବାର ଦେହାନ୍ତ ହୋଇଛି। ତାଙ୍କ ଶବ ସତ୍କାର କରିବାକୁ ତାଙ୍କୁ ମଶାଣିକୁ ନିଆଯାଇଥିଲା। କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ସ୍ତ୍ରୀଙ୍କ ଜୁଇରେ ଡେଇଁ ପଡ଼ିଥିଲେ ।

ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।ସ୍ତ୍ରୀର ଚିତାରେ ସ୍ବାମୀ ଡେଇଁବା ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।ତେବେ ମିଳିଥିବା ସୂଚନା ମୁତାବକ ଶବର ଏବଂ ତାଙ୍କ ପତ୍ନୀ ଅଲଗା ରହୁଥିଲେ।  ଧର୍ମଗଡ ଏସଡିପିଓ ଡି ଚୋପଦାର କହିଛନ୍ତି ଯେ ସେ ଏହି ଘଟଣାର ତଦନ୍ତ କରୁଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ବୋଲି ସେ କହିଛନ୍ତି।

Related Posts