ଆତଙ୍କବାଦୀଙ୍କୁ ବ୍ୟବହାର କରେ ପାକିସ୍ତାନ: ମୁଶାରଫ

ଇସଲାମାବାଦ:ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଖୋଲିଲେ ନିଜ ଦେଶର ଗୁମର  । ଆତଙ୍କବାଦୀଙ୍କ ସହ ସରକାରର ସମ୍ପର୍କ ଯେତେ ନାହିଁ ନାହିଁ କହିଲେ ମଧ୍ୟ ଧରାପଡିଛି ଭିତିରିଆ ସମ୍ପର୍କ  । ମଙ୍ଗଳବାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଉପରେ ପାକିସ୍ତାନ କଡା ପଦକ୍ଷେପ ନେଇଛି  । ଏହା ପରେ ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଫୋନ ଜରିଆରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଭାରତରେ ଆକ୍ରମଣ ପାଇଁ ପାକିସ୍ତାନ ସରକାର ଗୁଇନ୍ଦା ବିଭାଗକୁ ବ୍ୟବହାର କରି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦକୁ ବ୍ୟବହାର କରେ । ଏବେ ଇମ୍ରାନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେ ଖୁସି ବୋଲି କହିଛନ୍ତି।
ଏଥିସହ ସେ ରାଷ୍ଟ୍ରପତି ଥିବା ବେଳେ ଜୈଶ-ଏ-ମହମ୍ମଦ ତାଙ୍କୁ ହତ୍ୟା କରିବାକୁ ଦୁଇଥର ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି । ଗୋଟିଏ ଥର ଡିସେମ୍ବର ୨୦୦୩ ଝଣ୍ଡ ଚିଚିରେ ଯାଉଥିବା ବେଳେ ବ୍ରିଜ ପାରି ହେବା ପରେ ବୋମା ବିସ୍ପୋରଣ ହୋଇଥିଲା । କୌଣସି କାରଣରୁ ଆତଙ୍କବାଦୀ ବୋମା ଫୁଟାଇବାରେ ବିଳମ୍ବ କରିବାରୁ ସେ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି ।

Related Posts