କାଶିପୁରରେ ବ୍ୟାପୁଛି ଝାଡ଼ାବାନ୍ତି; ନେଲାଣି ୭ ଜଣଙ୍କ ଜୀବନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାୟଗଡା ଜିଲ୍ଲା କାଶିପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ସେପଟେ ଏ ବର୍ତ୍ତମାନ ସୁଦ୍ଧା ୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଦେଖା ଦେବାରେ ଲାଗିଛି । ଅନ୍ୟପଟେ ପରିସ୍ଥିତିର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ୩ ଜଣିଆ ଟିମ୍ ସେଠାରେ ପହଂଚିଛନ୍ତି । କେବଳ ଏତିକି ନୁହେଁ ବରଂ ଝାଡାବାନ୍ତିରେ ମୃତ୍ୟୁ ଘଟଣା ବିଧାନସଭାରେ ଉଠିଛି ଝଡ ।

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ୭୨ ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହାସହ ସମ୍ପୃକ୍ତ ଅଂଚଳକୁ ତୁରନ୍ତ ଅଭିଜ୍ଞ ଡାକ୍ତରୀ ଦଳକୁ ପଠାଇବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts