କଳାହାଣ୍ଡି ଜୟନ୍ତପୁର ଗାଁରେ ଡାଇରିଆ ଆତଙ୍କ: ଦୁଇ ଦିନରେ ୨୦ରୁ ଅଧିକ ଆକ୍ରାନ୍ତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ବ୍ୟାପିଛି ଡାଇରିଆ ଆତଙ୍କ । ଗତ ଦୁଇ ଦିନ ମଧ୍ୟରେ ଗାଁରୁ ୨୦ରୁ ଅଧିକ ବ୍ୟକ୍ତି ଡାଇରିଆରେ ଆକ୍ରାନ୍ତ ହୋଇସାରିଲେଣି । ସମସ୍ତ ରୋଗୀଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ୯ଜଣ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଏନେଇ ଖବର ପାଇବା ପରେ ମେଡ଼ିକାଲ ଟିମ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକକୁ ସଚେତନ କରୁଛନ୍ତି ।

Related Posts