ଲଘୁଚାପ ବର୍ଷାରେ ବଡ଼ଦାଣ୍ଡରେ ଜମା ହେଲା ପାଣି

ପୁରୀ : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ସେପଟେ ପୁରୀରେ ପ୍ରବଳ ବର୍ଷା ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ସହରର ମୁଖ୍ୟ ପ୍ରବେଶପଥ ମେଡ଼ିକାଲ ଛକ, ବଡ଼ଦାଣ୍ଡ, ସହର ତଳି ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଛି। ଲଘୁଚାପ ବର୍ଷା ଯୋଗୁଁ ପର୍ଯ୍ୟଟକ, ସହରବାସୀ ବ୍ୟସ୍ତବିବ୍ରତ ହୋଇ ପଡ଼ିଛନ୍ତି।

ଗତ ୨ ଦିନ ହେବ ତୁହାକୁ ତୁହା ପ୍ରବଳ ପ୍ରବଳ ବର୍ଷା ହେଉଥିବାରୁ ବଡ଼ଦାଣ୍ଡ, ହସ୍ପିଟାଲ ଛକରୁ ମାର୍କେଟ ଛକ, ଭିଆଇପି ରୋଡ, ସୁଜାତା ନଗର, ମୁକୁନ୍ଦ ମିଶ୍ର ନଗର, ନୀଳଚକ୍ର ନଗର, ସିଦ୍ଧମହାବୀର, ଦତ୍ତତୋଟା ଅଞ୍ଚଳରେ ବର୍ଷା ପାଣି ଜମି ରହିଛି।

Related Posts