ରାୟଗଡ଼ା କାଶୀପୁର ବ୍ଲକରେ ଡାଇରିଆ ଆତଙ୍କ: ୫୦ ଆକ୍ରାନ୍ତ, ୪ ଗୁରୁତର

ରାୟଗଡା : ବର୍ଷା ଦିନ ଆରମ୍ଭରୁ ଦେଖା ଦେଲାଣି ଡାଇରିଆ ଆତଙ୍କ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ରେ ଏବେ ଡାଇରିଆ ଆତଙ୍କ ମୁଣ୍ଡ ଟେକିଛି । ଏଥିରେ ୫୦ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଥିସହ ଗତ ଶନିବାର ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି । ଗତ ତିନି ଦିନ ମଧ୍ୟରେ ସ୍ଥିତି ବିଗିଡିଥିଲା । ତେବେ ଆଜି ଆକ୍ରାନ୍ତ ସଂଖ୍ୟା ବଢିନଥିବା ସୂଚନା ମିଳିଛି ।

ଦୂଷିତ ପାଣି ପାଇଁ ଏହିଭଳି ଘଟୁଥିବା ଲୋକ ଓ ଜନ ପ୍ରତିନିଧି କହିଥିଲେ । ସ୍ଥିତି ଅନୁଧ୍ୟାନ ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ଆଜି ସେହି ଅଞ୍ଚଳ ଗସ୍ତ କରୁଛନ୍ତି । ଆରଏମଆରସି ତରଫରୁ ଏକ ଟିମ୍ ପ୍ରଭାବିତ ଗ୍ରାମ ଗୁଡିକରେ ଜଳ ଓ ମଳ ନମୁନା ସଂଗ୍ରହ କରିବେ । ଏଥିସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବ ରିପୋର୍ଟ ମଧ୍ୟ ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ହଇଜା ହୋଇଥିବା ଏହି ଟିମ୍ ଅନୁମାନ କରୁଛନ୍ତି ।

ହେଲେ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ହିଁ ତାହା ସ୍ପଷ୍ଟ ହେବ ବୋଲି ଟିମ୍ ମୁଖ୍ୟ କହିଛନ୍ତି । ଏଣେ ଲୋକଙ୍କ ପାଇଁ ସ୍ବଛ ଜଳ ବ୍ୟବସ୍ଥା କରିବାକୁ ବିଧାୟକ ମକରନ୍ଦ ମୁଦୁଲି ଦାବି କରିଛନ୍ତି । ପ୍ରକାଶ ଯେ ଆଜି ମଧ୍ୟ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି ।

ଖୁରିଗାଁ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିଲେ । ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି ।

Related Posts