ସଙ୍କଟରେ ଶ୍ରୀଲଙ୍କା: ପୁଣି ଜରୁରୀକାଳିନ ସ୍ଥିତି ଲାଗୁ

ନୂଆଦିଲ୍ଲୀ : ଘୋର ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ନା ସ୍ଥିତି ସୁଧୁରୁଛି ନା ସ୍ଥିତି ରେ କୌଣସି ପରିବର୍ତ୍ତନ ଘଟୁଛି । ତେବେ ଏହାରି ମଧ୍ୟରେ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ପରେ ମଧ୍ୟ ଜନତାଙ୍କ ଆକ୍ରୋଶ କମିନାହିଁ । ସେମାନେ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି । ଏହାମଧ୍ୟରେ କାର୍ଯ୍ୟକାରୀ ରାଷ୍ଟ୍ରପତି ରାନିଲ ବିକ୍ରିମ ସିଙ୍ଘେ ସୋମବାର ଦେଶରେ ପୁଣି ଜରୁରୀକାଳିନ ସ୍ଥିତି ଲାଗୁ କରିଛନ୍ତି ।

ରିପୋର୍ଟ ଅନୁସାରେ, ଗୋଟବାୟା ଦେଶ ଛାଡିବା ପରେ ଜନତା ଏବେ ନୂଆ ଦାବି କରୁଛନ୍ତି । ରାଷ୍ଟ୍ରପତି ପଦ ବ୍ୟବସ୍ଥା ଶେଷ କରିବାକୁ ସେମାନେ କହୁଛନ୍ତି । ପୂର୍ବରୁ ଲୋକେ ରାଷ୍ଟ୍ରପତି ଭବନ ମଧ୍ୟକୁ ପଶିଯାଇଥିଲେ । ଏହାସହ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମଧ୍ୟ କବଜା କରିନେଇଥିଲେ । ବିକ୍ରମସିଙ୍ଘେଙ୍କ ଘରକୁ ପ୍ରଦର୍ଶନକାରୀମାନେ ଜାଳିଦେଇଥିଲେ ।

ଏସବୁ ମଧ୍ୟରେ ଶ୍ରୀଲଙ୍କାବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର ଆସିଛି । ସରକାରୀ କମ୍ପାନୀ ସିଲୋନ୍ ପେଟ୍ରୋଲିୟମ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ କରିଛି । ଫେବ୍ରୁଆରୀ ପରେ ୫ ଥର ଦାମ୍ ବଢିବା ପରେ ଶେଷରେ ଦାମ୍ କମିଛି ।

ନୂଆ ଦର ଅନୁସାରେ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ୨୦ ଟଙ୍କା ଲେଖାଏଁ କମିଛି । ମେ ଶେଷ ସୁଦ୍ଧା ପ୍ରାୟ ୫୦ରୁ ୬୦ ଟଙ୍କା ଦାମ୍ ବଢିଥିଲା । ଯାହା ନାଗରିକଙ୍କ ଚିନ୍ତା ବଢାଇଥିଲା । ଯାହା ଜନ ଆକ୍ରୋଶକୁ ଇନ୍ଧନ ଯୋଗାଇଥିଲା ।

Related Posts