କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ନାଁରେ ଦିଦି ଲୋକଙ୍କୁ ବୋକା ବନାଉଛନ୍ତି: ପୀୟୁଷ ଗୋୟଲଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚିଠି

କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ମଧ୍ୟରେ ଲାଗି ରହିଛି ଛକା ପଞ୍ଝା । ଏହାରି ମଧ୍ୟରେ ଦିଦିଙ୍କ ବିରୋଧରେ ଅଭିଯୋଗ ଆଣି ଗ୍ରାହକ ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏକ ଚିଠି ଲେଖିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ନାମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ଦିଦି ଲୋକଙ୍କୁ ବୋକା ବନାଉଛନ୍ତି।

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଫେଷ୍ଟିଭାଲ ସ୍କିମ ନାମରେ ଯୋଜନା ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ଶୁଭେନ୍ଦୁ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଏବଂ ଯୋଗାଣ ବିଭାଗ ଦ୍ୱାରା ଦିଆଯାଇଥିବା ବିଜ୍ଞାପନ ଉପରେ ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଏହି ବିଜ୍ଞାପନର ଏକ କପି ମଧ୍ୟ ଏହି ଚିଠି ସହିତ ସଂଲଗ୍ନ ହୋଇଛି । ଏହି ବିଜ୍ଞାପନରେ ଆନ୍ତୋଦୟ ଅନ୍ନ ଯୋଜନା ଏବଂ ରାଜ୍ୟ ପ୍ରାଥମିକତା ରାସନ କାର୍ଡରେ କାର୍ଡଧାରୀମାନଙ୍କୁ ୨୩ ସେପ୍ଟେମ୍ବର୨୦୨୨ରୁ ୩୦ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଉତ୍ସବ ଯୋଜନା ଅନ୍ତର୍ଗତ ରାସନ ଦିଆଯିବାକୁ ଦାବି କରାଯାଇଛି। ଦୁର୍ଗା ପୂଜା, କାଳୀ ପୂଜା, ଦୀପାବଳି ଏବଂ ଛଠ ପୂଜା ଅବସରରେ ପଶ୍ଚିମବଙ୍ଗ ସରକାର ଦୁଆରେ ରାସନ ଏବଂ ଖାଦ୍ୟ ସାଥୀ ନାମରେ ଯୋଜନା ଚଳାଇବାକୁ ଘୋଷଣା କରିଛନ୍ତି।

ଶୁଭେନ୍ଦୁ କହିଛନ୍ତି ଯେ ଦୁଆରେ ରାସନ ଯୋଜନା ନେଇ ଆରମ୍ଭରୁ ବିବାଦ ଲାଗି ରହିଛି। ଅନେକ ରସେନ ଡିଲର ଏହାକୁ ବିରୋଧ କରିଛନ୍ତି। ଏଥିସହ ଏହି ଯୋଜନାରେ ଭେଦଭାବ ସମ୍ପର୍କରେ ଅଭିଯୋଗ ଆସିଛି। ଏଥି ସହିତ, ଖାଦ୍ୟ ସାଥୀ ଯୋଜନା ନାମ ପରିବର୍ତ୍ତନ କରି ମମତା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଯୋଜନା ବ୍ୟତୀତ ଆଉ କିଛି ନୁହେଁ। ସେ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଯୋଜନାର ନାମ ପରିବର୍ତ୍ତନ କରି ପଶ୍ଚିମବଙ୍ଗବାସୀଙ୍କୁ ବୋକା ବନାଉଛନ୍ତି। ଖାଦ୍ୟ ସାଥୀ ଯୋଜନା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଏକ ପରିବର୍ତ୍ତିତ ନାମ ବୋଲି ସେ କହିଛନ୍ତି ।

Related Posts