ଦିଲ୍ଲୀ ଏକ୍ସାଇଜ ସ୍କାମ ମାମଲା: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ସିବିଆଇର ଜେରା

ନୂଆଦିଲ୍ଲୀ : ଦିଲ୍ଲୀ ଏକ୍ସାଇଜ ସ୍କାମ ମାମଲାରେ ଛନ୍ଦି ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ସିବିଆଇ ପଚରାଉଚରା କରିବ। ଏନେଇ ସିସୋଡିଆଙ୍କୁ ସମନ ଜାରି କରାଯାଇଛି।

ସିବିଆଇର ତଦନ୍ତ ସମ୍ପର୍କରେ ମନୀଷ ସିସୋଡିଆ ମଧ୍ୟ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ଯେ ମୋ ଘରେ ୧୪ ଘଣ୍ଟା ସିବିଆଇ ଚଢ଼ାଉ କରାଯାଇଥିଲା। କିଛି ବାହାରି ନଥିଲା। ମୋ ବ୍ୟାଙ୍କ ଲକରକୁ ଖୋଜିଲେ। ସେଥିରୁ କିଛି ବାହାରିଲା ନାହିଁ । ସେମାନେ ମୋ ଗାଁରେ କିଛି ପାଇଲେ ନାହିଁ। ବର୍ତ୍ତମାନ ସେମାନେ ସେମାବାର ସିବିଆଇ ମୁଖ୍ୟାଳୟରେ ପୂର୍ବାହ୍ନ ୧୧ ଟା ସମୟରେ ହାଜର ହେବାକୁ ଡକାଇଛନ୍ତି। ସେମାନେ ଡକାଇଛନ୍ତି ମୁଁ ଯିବି ଏବଂ ସମ୍ପୂର୍ଣ୍ଣ ସହଯୋଗ କରିବି।

Related Posts