
ଋଷ ଓ ୟୁକ୍ରେନ ଯୁଦ୍ଧର ପ୍ରଭାଵ ତେଲ ଦର ଉପରେ ପଡ଼ିଛି ।
ବ୍ୟବସାୟିକ ସ୍ତରରେ ବୃଦ୍ଧି ପାଇଛି ଡିଜେଲ ଦର । ଇଣ୍ଟରନ୍ୟାସନାଲ ମାର୍କେଟରେ ଅଶୋଧିତ ତୈଳ ଦରରେ ବୃଦ୍ଧିର ପ୍ରଭାବ ରିଟେଲ କଷ୍ଟମର୍ସଙ୍କ ଉପରେ ନପଡିଲେ ବଲ୍କ ୟୁଜର୍ସଙ୍କ ଉପରେ ପଡିଛି ।
କହିବାର ଅର୍ଥ ବ୍ୟବସାୟିକ ସ୍ତରରେ ବ୍ୟାରେଲ ପିଛା କିଣୁଥିବା ବ୍ୟବସାୟିଙ୍କ ଉପରେ ଏହି ଦର ଲାଗୁ ହେବ । ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଏପରିକି ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ବଢ଼ିବ ନାହିଁ।ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ମୁମ୍ବାଇର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି । ଆଗକୁ ଏହି ବର୍ଦ୍ଧିତ ଦର ର ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡିପାରେ ।