ମଣିପୁର ମୁଖ୍ୟମନ୍ତ୍ରୀ ପଦ ନେଇ ଚର୍ଚ୍ଚାର ଅନ୍ତ: ବୀରେନ ସିଂ ହେବେ ମୁଖ୍ୟମନ୍ତ୍ରୀ

ବିପୁଳ ସଂଖ୍ୟାରେ ବହୁମତ ପରେ ମଣିପୁରରେ ସରକାର ଗଠନ କରିବାକୁ ଯାଉଚି ବିଜେପି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଲାଗିରହିଥିବା ଚର୍ଚ୍ଚାରେ ପୂର୍ନେଛଦେ ପଡ଼ିଛି । ପଦ ନେଇ ଲାଗିରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । ବୀରେନ ସିଂ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ କରିଛି ଦଳ । ପୂର୍ବରୁୁ ବୀରେନଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ବିଜେପି ନେତା ବିଶ୍ବଜିତ ସିଂ ଓ ୟୁମନମ ଖେମଚାନ୍ଦ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ । ତେବେ ନିର୍ବାଚନ ଫଳଫଳ ଆସିବାର ୧୦ ଦିନ ପରେ ଆଜି ବୀରେନ ସିଂଙ୍କ ନାମରେ ଚୂଡାନ୍ତ ମୋହର ମାରିଛି ଦଳ । ଇମ୍ଫାଲ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ନିର୍ମଳା ସିତାରମଣ ଓ କିରଣ ରିଜ୍ଜୁ ଆଜି ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରିଛନ୍ତି ।

ଦୌଡରେ ଥିବା ଏହି ୩ ନେତା ଗତକାଲି ଦିଲ୍ଲୀ ଗସ୍ତ କରି ଦଳର କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିଥିଲେ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ କେଇ ଘଣ୍ଟା ଆଲୋଚନା ପରେ ଆଜି ସ୍ପଷ୍ଟ ଚିତ୍ର ଆସିବା ନେଇ ଅନୁମାନ କରାଯାଉଥିଲା । ଆଜି ଅପରାହ୍ନରେ ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଗତଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ଥିବା ବୀରେନଙ୍କ କାନ୍ଧରେ ପୁଣି ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛି ଦଳ ।ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡାନ୍ତ ଘୋଷଣା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଦେଶ ପର୍ଯ୍ୟବେକ୍ଷକ ଥିବା କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୁ ଇମ୍ଫାଲରେ ପହଞ୍ଚିଥିଲେ । ତେବେ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ବୀରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଦାୟିତ୍ବ ଦେବ । ପ୍ରଥମେ ଜଣେ ଫୁଟବଲର ଓ ପରେ ସାମ୍ବାଦିକତାରେ କ୍ୟାରିୟର ଆରମ୍ଭ କରିଥିବା ୬୧ ବର୍ଷୀୟ ବୀରେନ ପରବର୍ତ୍ତୀ ସମୟରେ ରାଜନୀତିକୁ ଆସିଥିଲେ ।

Related Posts