
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ଖାରଗୋନରେ ଘଟିଥିବା ହିଂସାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ତେବେ ରାମନବମୀ ଶୋଭାଯାତ୍ରାରେ ପଥରେ ଫିଙ୍ଗିବା ପରେ ହିଂସା ଆରମ୍ଭ ହୋଇଥିଲା । ଏନେଇ ରାଜନୈତିକ ମାହୋଲରେ ବୟାନବାଜି ମଧ୍ୟ ଲାଗି ରହିଛି । କଂଗ୍ରେସର ରାଜ୍ୟସଭା ସାଂସଦ ତଥା ମଧ୍ୟପ୍ର୍ରଦେଶର ପୂର୍ବତନ ସିଏମ ଦିଗବିଜୟ ସିଂ ଖାର୍ଗୋନ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ଯାହାକୁ ନେଇ ବିଜେପି ବିଧାୟକ ରମେଶ୍ୱର ଶର୍ମା କଂଗ୍ରେସ ନେତାଙ୍କ ବୟାନରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ଜିନ୍ନାଙ୍କ ‘ସନ୍ତାନ’ ହୋଇ ଦିଗବିଜୟ ସିଂ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି । ଏହା ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ୧୦ ବର୍ଷ ପର୍ୟ୍ୟନ୍ତ ଏହିପରି ଭାବରେ ଆପଣ ରହିଛନ୍ତି କି? ବିନା ଯାଞ୍ଚ କରି ଆପଣ କିଛି ବି ସେୟାର କରୁଛନ୍ତି । ବିନା ଯାଞ୍ଚ କରି ମସଜିଦର ଫଟୋ ଦେଲେ ଆଉ ଗରିବ ମୁସଲମାନ ବୋଲି କହିଲେ । ଦିଗବିଜୟ ସିଂଙ୍କ ବିବୃତ୍ତିରେ ରାଗିଯାଇ ବିଜେପି ବିଧାୟକ କହିଛନ୍ତି ଯେ କିପରି ସେ କହିଲେ ବିଜେପି ନେତା ପଥର ଫିଙ୍ଗିଛନ୍ତି ।
ଅନ୍ୟପଟେ ଏହାପୂର୍ବରୁ ଦିଗବିଜୟ ସିଂ ବିଜେପି ଉପରେ କଡ଼ା ଆକ୍ରମଣ କରିଥିଲେ। ରାଜ୍ୟସଭା ସାଂସଦ ଦିଗବିଜୟ ସିଂ କହିଥିଲେ ଯେ ବିଜେପିର ଏଜେଣ୍ଡା ହେଉଛି ଘୃଣାଭାବ। ଖାର୍ଗୋନ ଦଙ୍ଗା ଉପରେ କହିଥିଲେ ଯେ ହିନ୍ଦୁ ଏବଂ ମୁସଲମାନମାନଙ୍କ ସହ ଲଢ଼ିବା ଏବଂ ଦଙ୍ଗା ସୃଷ୍ଟି କରିବା ହେଉଛି ବିଜେପିର ଉଦ୍ଦେଶ୍ୟ। କଂଗ୍ରେସ ନେତା ଏକ ବଡ ଅଭିଯୋଗ କରିଛନ୍ତି ଯେ ବିଜେପି ଗରିବ ମୁସଲମାନ ବାଳକମାନଙ୍କୁ ପଥର ଫିଙ୍ଗିବା ପାଇଁ କିଛି ପଇସା ଦେଇ ଏପରି ଘଟଣା ଘଟାଇଛି । ତେବେ ଯାଞ୍ଚ ପରେ ସେ ଏହା ଉପରେ ଅଧିକ ଆଲୋଚନା କରିବେ ବୋଲି ମଧ୍ୟ କହିଥିଲେ। ତାଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।