ପ୍ରଥମେ କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ହ୍ରାସ କର; ତା’ପରେ ରାଜ୍ୟମାନଙ୍କୁ ଭୋଟ ହ୍ରାସ କରିବାକୁ କହିବ: ପୱନ ଖେଡ଼ା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ସେପଟେ ଏହି ବୈଠକରେ ତେଲ ଉପରେ ଭାଟ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରିଥିଲେ । ଏହା ମଧ୍ୟରେ କଂଗ୍ରେସ ମୁଖପାତ୍ର ପୱନ ଖେଡ଼ାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟିରୁ କେନ୍ଦ୍ର ୨୬ ଲକ୍ଷ କୋଟି ଟଙ୍କା ରୋଜଗାର କରିଛି। ପ୍ରଧାନମନ୍ତ୍ରୀ ଏହା କାହିଁକି ଉଲ୍ଲେଖ କରିନାହାଁନ୍ତି? ପୱନ ଖେଡ଼ା କହିଛନ୍ତି ଯେ ଆପଣ ଠିକ୍ ସମୟରେ ରାଜ୍ୟଗୁଡିକୁ ଜିଏସ୍ଟି ଅଂଶ ଦେଇ ନାହାଁନ୍ତି ଏବଂ ବର୍ତ୍ତମାନ ଆପଣ ରାଜ୍ୟଗୁଡିକୁ ଭାଟ୍ ହ୍ରାସ କରିବାକୁ କହୁଛନ୍ତି। ପ୍ରଥମେ ସେମାନେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ଉଚିତ୍, ତା’ପରେ ରାଜ୍ୟମାନଙ୍କୁ ଭ୍ୟାଟ୍ ହ୍ରାସ କରିବାକୁ କୁହନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ବୋଝ କମକରିବା ପାଇଁ ଗତ ନଭେମ୍ବରରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରାଯାଇଥିଲା । ଟିକସ ହ୍ରାସ କରିବାକୁ ରାଜ୍ୟମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା। କେତେକ ରାଜ୍ୟ ଟିକସ ହ୍ରାସ କରିଛନ୍ତି, କିନ୍ତୁ କେତେକ ରାଜ୍ୟ ଏହାର ସୁବିଧା ଲୋକଙ୍କୁ ଦେଇ ନାହାଁନ୍ତି। ମୋର ଅନୁରୋଧ ହେଉଛି ଯଦି ରାଜ୍ୟ ମଧ୍ୟ ଦେଶର ସ୍ୱାର୍ଥରେ ଟିକସ ହ୍ରାସ କରନ୍ତି, ତେବେ ଜନସାଧାରଣ ଉପକୃତ ହେବେ। ସେ କହିଛନ୍ତି ଯେ ଯୁଦ୍ଧ ପରିସ୍ଥିତି ଦ୍ୱାରା ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି, ଏଭଳି ପରିବେଶରେ ଦିନକୁ ଦିନ ଚ୍ୟାଲେଞ୍ଜ ବଢ଼ୁଛି। ବିଶ୍ୱ ସଙ୍କଟ ମଧ୍ୟରେ ତେଲ ଦର ଦ୍ରୁତ ଗତିରେ ବଢ଼ୁଛି । ଏଭଳି ବିଶ୍ୱସ୍ତରୀୟ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ, ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Related Posts