ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ପୁଟିନଙ୍କ ଚାଲକୁ ପର୍ଦାଫାଶ କଲେ ନୋବେଲ ଶାନ୍ତି ପୁରସ୍କାରର ସମ୍ମାନିତ ଦିମିତ୍ରୀ ମୁରାତୋଭ

ରୁଷର ୟୁକ୍ରେନ ଉପରୁ ଆକ୍ରମଣ କୁ ନେଇ ଖୋଦ ବିରୋଧ କରୁଛନ୍ତି ରୁଷ ବାସୀ | ଏନେକ ଦେଶ ଏହାର ବିରୋଧରେ ଥିବା ବେଳେ, ରୁଷ ବାସୀ ମଧ୍ୟ ଯୁଦ୍ଧ ରୋକିବା ନେଇ ଅପିଲ କରିଛନ୍ତି | ନୋବାୟ ଗେଜେଟର ସମ୍ପାଦକ ତଥା ଗତ ବର୍ଷ ନୋବେଲ ଶାନ୍ତ ପୁରସ୍କାରର ସମ୍ମାନିତ ଦିମିତ୍ରୀ ମୁରାତୋଭ ଦ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷତକାରରେ ଏକ ବଡ କଥା କହିଛନ୍ତି | ୟୁକ୍ରେନକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନା ସମ୍ପର୍କ ରେ ସେ ମତ ପ୍ରକାଶ କରିଛନ୍ତି | ୟୁକ୍ରେନକୁ କିଛି ଏପରି ଭାବେ ବିଭାଜନ କରିବାକୁ ଚାହୁଁଛନ୍ତି ପୁଟିନ, ଯେପରି ରାଜଧାନୀ କିଭ୍ ସହ ଦେଶର ମଧ୍ୟ ଏବଂ ପୂର୍ବାଞ୍ଚଳରେ ରୁଷ ସମର୍ଥିତ ରହିବେ। ଅନ୍ୟପଟେ ୟୁରୋପକୁ ଲାଗିଥିବା ପଶ୍ଚିମାଞ୍ଚଳକୁ ସେମାନଙ୍କ ପାଇଁ ଛଡା ଯିବ।

ରୁଷର ଏକ ତୃତୀୟାଂଶରୁ ଅଧିକ ଲୋକେ ଯୁଦ୍ଧ ବିରୋଧରେ ଅଛନ୍ତି। ମୁରାତୋଭ କହିଛନ୍ତି ରୁଷ ସରକାର ୟୁକ୍ରେନର ପଶ୍ଚିମାଞ୍ଚଳ ଯାହାର କେନ୍ଦ୍ର ଲଭିଭ ତାକୁ ସେହି ସ୍ଥିତିରେ ଛାଡିବାକୁ ଚାହୁଁଛନ୍ତି ଏବଂ ୟୁକ୍ରେନର ମଧ୍ୟଭାଗ ଯାହାର କେନ୍ଦ୍ର କିଭ୍ ସେହି ଅଞ୍ଚଳରେ ପୁଟିନ ସମର୍ଥିତ ସରକାରର ଶାସନ ଚାହୁଁଛନ୍ତି । ଏପରି ଏକ ସରକାର ଯିଏ ରୁଷ ପ୍ରତି ଅନୁଗତ ରହିବ । ତେବେ ପୂର୍ବରେ ଥିବା ଡୋନବାସ ଅଞ୍ଚଳ ରୁଷ ସହ ବିଲୟକୁ ସ୍ୱିକାର କରିପାରେ।

ତେବେ ସୈନ୍ୟ ଅପରେସନ ସପକ୍ଷରେ ନାହାନ୍ତି ରୁଷବାସୀ । ୟୁକ୍ରେନ ବିରୁଦ୍ଧ ଯୁଦ୍ଧ ସପକ୍ଷରେ ଦେଶରେ ସମର୍ଥନ ନାହିଁ । ଏକ ନିୟୁତରୁ ଅଧିକ ଲୋକେ ଚେଞ୍ଜ ଡଟ୍ ଅର୍ଗ ପ୍ଲାଟଫର୍ମରେ ନୋ ଟୁ ୱାର ଅଭିଯାନରେ ହସ୍ତାକ୍ଷର କରିଛନ୍ତି। ଏଥିରେ ଅଧିଂକାଶ ରୁଷର ବୁଦ୍ଧିଜୀବୀ ।

Related Posts