ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ଥଗିତ ରହିଲା | ସାମୟିକ ଭାବେ ୟୁକ୍ରେନରେ ଯୁଦ୍ଧ ବିରତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ | ଭାରତୀୟ ସମୟାନୁସାରେ ସାଢେ ୧୧ଟାରୁ ଅସ୍ତ୍ର ବିରତି ଲାଗୁ ହୋଇଛି । ଆଜି ହଠାତ୍ ରୁଷ ପକ୍ଷରୁ ୟୁକ୍ରେନରେ ସାମୟିକ ଭାବେ ଯୁଦ୍ଧ ବିରତି ଲାଗୁ କରାଯାଇଛି। ଯୁଦ୍ଧ ଯୋଗୁ ଅନେକ ସାଧାରଣ ଲୋକ ବିଭିନ୍ନ ସହରରେ ଫସି ରହିଛନ୍ତି।
କୁହାଯାଉଛି ଯେ, ୟୁକ୍ରେନରେ ଫସିଥିବା ସାଧାରଣ ନାଗରିକଙ୍କ ଉଦ୍ଧାର ପାଇଁ ପୁଟିନ ଯୁଦ୍ଧ ବିରତ୍ତି ଘୋଷଣା କରିଛନ୍ତି । ଫସିଥିବା ଲୋକେ ନ ବାହାରିବା ଯାଏଁ ଆକ୍ରମଣ କରାଯିବ ନାହିଁ ।
ସୂଚନାଯୋଗ୍ୟ, ଗତ ୧୦ ଦିନ ଧରି ଉଭୟ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ୟୁଦ୍ଧ ଜାରି ରହିଛି । ଏଥିରେ ହଜାର ହଜାର ସୈନ୍ୟ ଓ ନାଗରିକ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଉଭୟ ଦେଶ ମଧ୍ୟରେ ଦ୍ୱିତୀୟ ସ୍ତରୀୟ ଆଲୋଚନା ହୋଇଥିଲା । ତୃତୀୟ ପର୍ଯ୍ୟାୟ ଆଲୋଚନା ଶନିବାର କିମ୍ବା ରବିବାର ହୋଇପାରେ ବୋଲି ଆଶା କରାଯାଉଛି ।
ଘନଘନ ବୋମା ବର୍ଷଣ ଯୋଗୁ ସେମାନେ ସୁରକ୍ଷିତ ସ୍ଥାନକୁ ଯାଇ ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରୁଷ ସରକାର ଖାରକିଭ ଓ ଆଉ ଗୋଟିଏ ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଲାଗୁ କରିଥିବା ଜଣାପଡ଼ିଛି। ଏହି ଅସ୍ତ୍ର ବିରତି ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁଯୋଗ ପାଇବେ। ବିଶେଷ କରି ମହିଳା, ଛୋଟ ପିଲା ଓ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ କୁହାଯାଇଛି। ଯୁଦ୍ଧ ବିରତି ଶେଷ ହେବା ପରେ ରୁଷ ପୁଣିଥରେ ତା’ର ଉଗ୍ର ରୂପ ଦେଖାଇବ।
