
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଓ ରୁଷ ମଧ୍ୟରେ ବେଲାରୁଷ ସୀମାରେ କଥାବାର୍ତ୍ତା ଆରମ୍ଭ ହୋଇଛି । ଏନେଇ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମାଇଖାଇଲୋ ପୋଡୋଲିୟାକ ସୂଚନା ଦେଇଛନ୍ତି । ସେପଟେ ଆଲୋଚନା ହେବା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କହିଛି ଯେ ଏହି ଆଲୋଚନା ପାଇଁ ୟୁକ୍ରେନର ଲକ୍ଷ୍ୟ ହେଉଛି ତୁରନ୍ତ ଅସ୍ତ୍ରବିରତି ଏବଂ ୟୁକ୍ରେନରୁ ରୁଷର ସୈନ୍ୟ ପ୍ରତ୍ୟାହାର । ଏହା ମଧ୍ୟରେ ଜାତିସଂଘର ଅଧିକାରୀ ବ୍ୟାଚେଲେଟ୍ କହିଛନ୍ତି ଯେ ରୁଷର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁକ୍ରେନ୍ରେ ସାତ ଜଣ ଶିଶୁଙ୍କ ସମେତ ଅତି କମରେ ୧୦୨ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦୪ ଜଣ ଆହତ ହୋଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକୃତ ଚିତ୍ରଟି “ଯଥେଷ୍ଟ ଅଧିକ” ହୋଇପାରେ ବୋଲି କହିଛନ୍ତି । ଅନ୍ୟପଟେ ୟୁକ୍ରେନର ନ୍ୟୁକ୍ଲିୟର ସହର କୁହାଯାଉଥିବା ଚେର୍ଣ୍ଣାବିଲରେ ଆରମ୍ଭ ହୋଇଛି ଋଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନା । ହେଲେ ଏହା ପୂର୍ବରୁ ଋଷ ସେନାକୁ କଡା ଧମକ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ‘ ଯଦି ଜୀବନ ବଞ୍ଚାଇବାକୁ ଚାହୁଁଛ ତାହାଲେ ତୁରନ୍ତ ଏ ସ୍ଥାନ ଛାଡି ଚାଲିଯାଅ’ ବୋଲି ଧମକ ଦେଇଛନ୍ତି ଜେଲେନସ୍କି ।