ବାଲେଶ୍ୱରର ୧୨ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକି୍ରୟା ଆରମ୍ଭ ହୋଇଛି । ସେପଟେ ଭୋଟ ଗଣତିର ତୃତୀୟ ଦିନରେ ବାଲେଶ୍ବର ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ବିଜେଡି ୧୨ଟି ଜିଲ୍ଲା ପରିଷଦ ଜୋନ୍ରେ ଆଗୁଆ ରହିଛି। ତେବେ ଜଳେଶ୍ବର ଜୋନ୍-୯ରେ ବିଜେଡିର ଅନସୂୟା ପ୍ରଧାନ ୨୩୪୩ ଭୋଟରେ ଆଗରେ ଅଛନ୍ତି । ଜଳେଶ୍ବର ଜୋନ୍-୧୦ରେ ବିଜେଡି ୩୦୯୪ ଭୋଟରେ ଆଗରେ, ଭୋଗରାଇ ଜୋନ୍-୩୪ରେ ବିଜେଡି ୧୧୦୧୮ ଭୋଟରେ ଆଗୁଆ, ଭୋଗରାଇ ଜୋନ୍-୩୫ରେ ବିଜେଡି ୧୭୦୬ ଭୋଟରେ ଆଗୁଆ, ବାହାନଗା ଜୋନ୍-୨୦ରେ ବିଜେଡି ୧୯୮୪ ଭୋଟରେ ଆଗୁଆ, ନୀଳଗିରି ଜୋନ୍-୧୩ରେ ବିଜେଡି ୬୪୭ ଭୋଟରେ ଆଗୁଆ, ରେମୁଣା ଜୋନ୍-୩୮ରେ ବିଜେଡି ୮୩୦ ଭୋଟରେ ଆଗୁଆ, ବାଲେଶ୍ବର ଜୋନ୍-୨୮ରେ ବିଜେଡି ୧୭୦୩ ଭୋଟରେ ଆଗୁଆ, ବାଲେଶ୍ବର ଜୋନ୍-୨୯ରେ ବିଜେଡି ୧୧୭ ଭୋଟରେ ଆଗୁଆ, ବାଲେଶ୍ବର ଜୋନ୍-୧୬ରେ ବିଜେଡି ୨୬୧୪ ଭୋଟରେ ଆଗୁଆ, ବସ୍ତା ଜୋନ୍-୧୭ରେ ବିଜେଡି ୫୯୭ ଭୋଟରେ ଆଗୁଆ, ଖଇରା ଜୋନ୍-୬ରେ ବିଜେଡି ୯୬୮ ଭୋଟରେ ଆଗୁଆ, ଖଇରା ଜୋନ୍-୫ରେ ବିଜେପି ୧୯୦ ଭୋଟରେ ଆଗୁଆ, ବାଲିଆପାଲ ଜୋନ୍-୨୩ରେ କଂଗ୍ରେସ ୧୪୧ ଭୋଟରେ ଆଗୁଆ ରହିଛନ୍ତି ।

Related Posts