ଆମେରିକାରେ ଭାରତୀୟଙ୍କ ସହ ଭେଦଭାବ; ‘ଆଇ ହେଟ୍ ଇଣ୍ଡିଆନ୍ସ’ କହି ଭାରତୀୟ ମହିଳାଙ୍କୁ ମାଡ଼ ମାରିଲେ ଆମେରିକୀୟ ମହିଳା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକାରୁ ସାମ୍ପ୍ରଦାୟିକ ଭେଦଭାବର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଇଂରାଜୀ କହିବାରେ ଭାରତୀୟ ଢାଞ୍ଚା ଥିବାରୁ ୪ଜଣ ଭାରତୀୟ ମହିଳାଙ୍କୁ ମାଡ ମାରିଛନ୍ତି ଜଣେ ଆମେରିକୀୟ ମହିଳା । ଏହି ଘଟଣା ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ସବୁ ମହଲରେ ଆଲୋଡନ ସୃଷ୍ଟି ହୋଇଛି ।ଜଣେ ଭାରତୀୟ ମହିଳାଙ୍କ ପୁଅ ଏହି ଘଟଣାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ପୁରା ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ମା’ ୩ଜଣ ବାନ୍ଧବୀଙ୍କ ସହ ଡେଲ୍ଲାସ ନାମକ ଏକ ହୋଟେଲରେ ରାତ୍ରୀ ଭୋଜନ ସାରି ପାର୍କିଙ୍ଗ ଆଡକୁ ଯାଉଥିଲେ । ଏତିକି ବେଳେ ଜଣେ ଆମେରିକାନ୍ ମାକ୍ସିକାନ୍ ମହିଳା ସେଠାକୁ ଆସି ସେମାନଙ୍କୁ ଖୁବ୍ ଗାଳି ଗୁଲଜ କରିବା ସହ ମାରପିଟ୍ ମଧ୍ୟ କରିଥିଲେ । କେବେଳ ଏତିକିନୁହେଁ ୪ ଜଣ ଭାରତୀୟ ମହିଳାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଭାରତୀୟମାନଙ୍କୁ ସେ ଖୁବ୍ ଘୃଣା କରନ୍ତି, ସେମାନଙ୍କ କଥା କହିବାର ଶୈଳୀ ତାଙ୍କୁ ଆଦୌ ଭଲ ଲାଗେ ନାହିଁ । ଯଦି ଭାରତରେ ସବୁ କିଛି ଭଲ ତାହାଲେ ସେମାନେ ସୁଖ ସୁବିଧା ପାଇଁ କାହିଁକି ଆମେରିକା ପଳାଇଆସୁଛନ୍ତି ବୋଲି ରାଗିଯାଇ ପ୍ରଶ୍ନ କରିଥିଲେ । ସେ ଜଣେ ଆମେରିକୀୟ ହେଲେ ସେ ଯୁଆଡେ ଯାଉଛନ୍ତି ସେଠି ଭାରତୀୟଙ୍କୁ ଦେଖୁଛନ୍ତି । ‘ଆଇ ହେଟ୍ ଇଣ୍ଡିଆନ୍ସ’ କହି ମାଡ କରିବା ସହ ତାଙ୍କୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲେ । ହେଲେ ସୌଭାଗ୍ୟ ବଶତଃ ୪ଜଣଙ୍କ ଜୀବନ ବଞ୍ଚିଯାଇଥିଲା’ବୋଲି ଭାରତୀୟ ମହିଳାଙ୍କ ପୁଅ କହିଛନ୍ତି ।

ଏହି ଘଟଣାକୁ ଆମେରିକାରେ ରହୁଥିବା ଭାରତୀୟ ସମାଜ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହି ଘଟଣାରେ ମାକ୍ସିକୋ ପୋଲିସ ଅଭିଯୁକ୍ତ ଆମେରିକୀୟ ମହିଳାଙ୍କୁ ଗିରଫ କରି ତାଙ୍କ ଉପରେ ୧୦ ହଜାର ଆମେରକୀୟ ଡଲାର ଜରିମାନା ଲାଗାଇଛି । ଏହି ଘଟଣାକୁ ଏସୀୟ ବଂଶୋଦ୍ଭବ ଆମେରିକୀୟ ନେତା ଘୋର ନିନ୍ଦା କରିବା ସହ ଏଭଳି କାଣ୍ଡ ଘଟାଇଥିବା ମହିଳାଙ୍କ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Related Posts