ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମାକୁ ନେଇ ବିଏମସି ଅଫିସ ଘେରାଉ କଲା ବିଜେପି

ଭୁବନେଶ୍ଵର: ରାଜଧାନୀର ବିଭିନ୍ନ ସ୍ଥାନରେ କୁଡ଼ କୁଡ ଅଳିଆ । ଏହାକୁ କେନ୍ଦ୍ର କରି ବିଏମସି ଅଫିସ ଘେରାଉ କରିଛି ବିଜେପି । ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡ଼ୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ ପଛରେ ଥିବା ଟିଟିଏସରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ।

ଘଟଣାକୁ ନେଇ ବିଜେପି ବିଏମସି ଅଫିସ ଘେରାଉ କରିବା ସହ ମେୟର ଏବଂ କମିଶନରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଆଗାମୀ ୪୮ ଘଣ୍ଟାର ସମୟ ଦେଇଛି ବିଜେପି । ଯଦି ଏହି ସମୟ ଭିତରେ ଅଳିଆ ନ ଉଠେ ତେବେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛି ।

ଏଥିସହ ମେୟର ଏବଂ କମିଶନରଙ୍କୁ ରାସ୍ତାରେ ଚଲାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ବିିଜେପି ।

Related Posts