ଦୀପାବଳି ପୂର୍ବରୁ ଦିଶା ପଟାନି ସେୟାର କଲେ ଏହି ଫଟୋ, ହେଲା ଭାଇରାଲ୍‌

ଦିଶା ପଟାନି ନିଜର ଏକ ଫଟୋକୁ ନେଇ ଏବେ ଚର୍ଚ୍ଚାରେ, ତାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରାଯାଉଛି ।

ଦୀପାବଳୀ ଅବସରରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନିଙ୍କର ଏକ ଫଟୋ ଭାଇରାଲ୍‌ ହେଉଛି । ଅଭିନେତ୍ରୀ ସୋସିଆଲ୍‌ ନେଟୱର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଦୀପାବଲୀ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ତାଙ୍କର ପୋଷାକକୁ ନେଇ ସୋସିଆଲ୍‌ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି ।
ଦିଶା ହାଲୁକା ଗୋଲ୍‌ଡେନ୍‌ ରଙ୍ଗର ଲେହଙ୍ଗାକୁ ସ୍ପୋର୍ଟସ୍‌ ବ୍ରା ସହ ପିନ୍ଧିଛନ୍ତି । ହାତରେ ସେ ଦୀପ ଧରିଛନ୍ତି । ଫଟୋରେ ସେ ଖୁବ୍‌ ଗ୍ଲାମରସ୍‌ ଲାଗୁଛନ୍ତି । କିନ୍ତୁ କିଛି ଲୋକଙ୍କୁ ତାଙ୍କର ଷ୍ଟନିଂ ଅବତାର ପସନ୍ଦ ଆସିନାହିଁ ।

 

View this post on Instagram

 

🎆🎆🎆🎆🎆

A post shared by disha patani (paatni) (@dishapatani) on


ବୋଲ୍‌ଡ ପୋଷାକରେ ଦୀପାବଳୀ ଅଭିନନ୍ଦନ ଜଣାଇବାକୁ ନେଇ ସୋସିଆଲ୍‌ ମିଡିଆରେ ତାଙ୍କୁ ଜୋରଦାର ସମାଲୋଚନା କରାଯାଉଛି । ଜଣେ ବ୍ୟବହାରକାରୀ ଲେଖିଛନ୍ତି ଦିଶା ଆମ ଭାରତୀୟ ସଭ୍ୟତାର ଅନାଦର କରିଛନ୍ତି । ଆଉ ଜଣେ ଲେଖିଛନ୍ତି, ‘ଇଏ କଣ ପାଗଳ ହୋଇଯାଇଛି । ଅତି କମ୍‌ରେ ସଭ୍ୟତା ଓ ସଂସ୍କୃତିର ସମ୍ମାନ ତ କର । ’
ଦିଶା ପଟାନିଙ୍କର କାମ କଥା କହିଲେ ସେ ଏବେ ସଲମାନ ଖାନଙ୍କ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ଅଲି ଆବାସ୍‌ ଜାଫର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମରେ ଦିଶା 25 ବର୍ଷୀୟା ରାଧାର ଭୂମିକାରେ ଅଭିନୟ କରୁଛନ୍ତି । ସଲମାନଙ୍କ ସହ ପ୍ରଥମ ଥର କାମ କରୁଥିବା ଦିଶା ଏହି ଫିଲ୍ମକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ।

Related Posts