ଲକ୍ଷ୍ନୌରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ଟସ୍‌ ଜିତି ଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଆଜି ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-ଟ୍ବେଣ୍ଟି ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଟସ୍‌ ଜିତି ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଛି।

ସିରିଜ୍‌ର ପ୍ରଥମ ମ୍ୟାଚ୍‌ କୋଲକାତାରେ ଖେଳାଯାଇଥିବାବେଳେ 5 ୱିକେଟ୍‌ରେ ଜିତିଥିଲା ଟିମ୍‌ ଇଣ୍ଡିଆ । ଇଡେନ୍‌ ଗାର୍ଡେନ୍‌ ଭଳି ଏଠାରେ ମଧ୍ୟ ମ୍ୟାଚ୍‌ ଲୋ ସ୍କୋରିଂ ହେବ ବୋଲି ଅନୁମାନ କରାଯାଉଛି । ପିଚ୍‌ରୁ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବ, ଏଥିସହ ପିଚ୍‌ରେ କେତେକ ଫାଟ ଥିବାରୁ ବଲ୍‌ ଟର୍ଣ୍ଣ କରିବାର ସମ୍ଭବନା ମଧ୍ୟ ରହିଛି । ତେବେ ରାତିରେ ରାତିରେ କାକର ପଡ଼ୁଥିବାରୁ ଟସ୍‌ ଜିତିବା ଦଳ ପ୍ରଥମେ ଫିଲ୍‌ଡିଂ କରିବ ବୋଲି ଅନୁମାନ କରାଯାଉଥିଲା । ସିରିଜ୍‌କୁ ଫେରିବାକୁ ଚାହୁଁଥିବା ୱେଷ୍ଟଇଣ୍ଡିଜ୍‌ ଦଳ ଟିମ୍‌ ଇଣ୍ଡିଆକୁ ୧୩୦ ରନ୍‌ ମଧ୍ୟରେ ସୀମିତ ରଖିଲେ ବିଜୟ ସମ୍ଭାବନା ରହିବ ।

ଆଜିର ମ୍ୟାଚ୍‌ ପାଇଁ ଫର୍ମରେ ନ ଥିବା ରୋଭ୍‌ମ୍ୟାନ୍‌ ପୱେଲ୍‌ଙ୍କ ବଦଳରେ ନିକୋଲସ୍‌ ପୁରନ୍‌ଙ୍କୁ ଇଣ୍ଡିଜ୍‌ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିଛି, ଭାରତୀୟ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରାଯାଇଛି । ଉମେଶ ଯାଦବଙ୍କ ସ୍ଥାନରେ ଭୁବନେଶ୍ବର କୁମାର ଦଳକୁ ଫେରିଛନ୍ତି ।

Related Posts