୧୯୦୦ କୋଟି ର ସୋସିଆଲ ଅଡିଟ କରନ୍ତୁ ନବୀନ : ନାଇଡୁ

କରୋନାର ମୁକାବିଲା ପାଇଁ ରାଜ୍ଯ ସରକାର ଖର୍ଚ୍ଚ କରିଥିବା ୧୯୦୦ କୋଟିର ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ I ଏହି ବିନିଯୋଗର ସତ୍ଯତା ନେଇ ସୋସିଆଲ ଅଡିଟର ଆବଶ୍ଯକତା ନାହିଁକି କି ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି I ଏନେଇ ସେ ରାଜ୍ଯ ସରକାରଙ୍କୁ ୭ଟି ପ୍ରଶ୍ନ ପଚାରିଛନ୍ତି I

(୧) କରୋନା ମହାମାରି ନେଇ ସରକାର ଖର୍ଚ୍ଚ କରିଛନ୍ତି ବୋଲି କହିଥିବା ୧୯୦୦ କୋଟି ଟଙ୍କା ରାଜ୍ଯ ବଜେଟର ମଜୁରୀ ପ୍ରାପ୍ତ ଅର୍ଥ ନା ରାଜ୍ଯ ଏମରଜେନ୍ସି ପାଣ୍ଠିର ଅର୍ଥ ?

(୨)୧୯୦୦ କୋଟି ଅଥ ଖର୍ଚ୍ଚ ପାଇଁ ନୋଡାଲ ଏଜେନ୍ସି ଓ ନୋଡାଲ ଅଫିସର କିଏ ଥିଲେ ? ସେମାନଙ୍କୁ ଉତ୍ତରଦାୟୀ ଓ ସ୍ୱଛତା ଆଣିବାକୁ କଣ ପଦକ୍ଷେପ ନିଆଯାଇଛି?

(୩) ଅର୍ଥ ଖର୍ଚ୍ଚ ବେଳେ ଜେନେରାଲ ଫଇନାନ୍ସସିଆଲ ରୁଲ୍ସର ଅନୁପାଳନ କରାଯାଇଛିକି ?

(୪) ପ୍ରଦଶିତ ଖର୍ଚ୍ଚରେ କରୋନା ଭିତ୍ତିଭୂମି,ରୋଗୀଙ୍କ ପାଇଁ,କରୋନା ଯୋଦ୍ଦା ଓ ପ୍ରବାସୀ ମାନଙ୍କ ପାଇଁ କେତେ ଖର୍ଚ୍ଚ କରାଯାଇଛି?

(୫) ୧୯୦୦ କୋଟିରୁ ଗଂଜାମ ଓ ଗଜପତି ଜିଲ୍ଲା କରୋନାରେ ୮୦ ପ୍ରତିଶତ ପ୍ରଭାବିତ ହୋଇଛି, ସବାଧିକ ହଟସ୍ପଟ ଏ ଅଂଚଳରେ, ଏ ଅଂଚଳରେ କେତେ ପରିମାଣର ଅଥ ଖର୍ଚ୍ଚ ହୋଇଛି?

(୬) ସତେ ଯଦି ଗଂଜାମ ଓ ଗଜପତିରେ ଏତେ ପରିମାଣର ଅଥ ଖର୍ଚ୍ଚ ହୋଇଛି,ତେବେ ଏଠାରେ କରୋନା ନିୟନ୍ତ୍ରଣ ହେବା ବଦଳରେ ହଟସ୍ପଟ ବଢୁଛି କାହିଁକି?

(୭)ପ୍ରବାସୀ ମାନଙ୍କ ପୁନଃ ଥଇଥାନ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି?

ପୁବରୁ ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ପ୍ରତ୍ଯେକ ବ୍ଯକ୍ତିଙ୍କୁ ୭ ଲକ୍ଷ୍ଯ ଟଙ୍କା ଲେଖାଏଁ ଦେବାକୁ ସରକାର ଘୋଷଣା କରିଥିଲେ.କିନ୍ତୁ ଏହାର ବାସ୍ତବତା ଏବେ ସମସ୍ତଙ୍କୁ ଅଜଣା ! କରୋନା ଜନିତ ଖର୍ଚ୍ଚ ମଧ୍ଯ ଏବେ ସମାନ ରାସ୍ତାରେ ଯାଉଛି I କରୋନା ମୁକାବିଲା ପାଇଁ ୧୯୦୦କୋଟି ରୁ ଏମଏଲଏଲ୍ଯାଡରୁ ୭୩ କୋଟି ଟଙ୍କା ଅଣା ଯାଇଥିବା ଦଶାଯାଇଛି I ବାସ୍ତବରେ ମୂଳ ଉତ୍ସ (Opportunity Cost)ଉପରେ କଣ ପ୍ରଭାବ ପଡୁଛି? ପୂର୍ବରୁ ଅଞ୍ଚଳ ସ୍ଥିତିନେଇ ମୁଖ୍ୟମନ୍ତ୍ରୀ ସମିକ୍ଷା କରିଥିବା ବେଳେ ପରେପରେ ସ୍ୱାସ୍ଥ୍ଯ ସଚିବ ସମୀକ୍ଷା କରିଛନ୍ତି I ସମୀକ୍ଷାରେ ଅତ୍ଯନ୍ତ ଚତୁରତାର ସହ କରୋନା ଯୁଦ୍ଦର ସମ୍ମୁଖ ଯୋଦ୍ଦା କୁହାଯାଉଥିବା ଡାକ୍ତରମାନଙ୍କୁ ବଳିର ବୋଦା ବା ସେମାନକୁ ନିନ୍ଦିତ କରିବାକୁ ଚେଷ୍ଟା କରାଯାଇଛି I ତେଣୁ ଏ ସବୁକୁ ଆଖିରେ ରଖି ୧୯୦୦ କୋଟି ଟଙ୍କା ଖର୍ଚ୍ଚରେ ସ୍ୱଛତା ଆଣିବା ପାଇଁ ସାରା ପୃଥିବୀରେ ଆଦୃତ ହେଉଥିବା ସୋସିଆଲ ଅଡିଟ କରିବାକୁ ଗଂଜାମ ଓ ଗଜପତିବାସୀଙ୍କ ତରଫରୁ ଶ୍ରୀ ନାଇଡୁ ଦାବୀ କରିଛନ୍ତି I

Related Posts