ଦେଶର ସିଏଜି ଭାବେ ଶପଥ ନେଲେ ଗିରିଶ ମୁର୍ମୁ

ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କରିଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ଓଡ଼ିଆ ଆଇଏଏସ ଅଫିସର ଗିରୀଶ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ ।

୧୯୭୮ ବ୍ୟାଚ୍ ରାଜସ୍ଥାନ କ୍ୟାଡରର ଆଇଏଏସ ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁ ଏହି ପଦ ସଂଭାଳିଛନ୍ତି । ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଂଚଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗିରୀଶ ମୁର୍ମୁ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ୩୭୦ ଧାରା ହଟାଇ ଜମ୍ମୁ – କାଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ଫଳରେ ଜମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା । ଏହାପରେ ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ମୁର୍ମୁ । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ ।

Related Posts