କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି, ଆଜି ରାଜ୍ୟରେ ପୁଣି ୧୬୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ରାଜ୍ୟରେ ପ୍ରତ୍ୟେକ ଦିନ ଲଗାତର ଭାବରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତିି । ଆଜି ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସଂଘରୋଧ କେନ୍ଦ୍ରରୁ ୧୦୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୬୨୫ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହା ସହ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୧୯୩ କୁ ବୃଦ୍ଧି ପାଇଥିବା ବେଳେ, ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ୧୫ ହଜାର ୧୮୯ ଜଣ ରହିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି ୨୮ ହଜାର ୬୯୭ ଜଣ । ଏବେ ସୁଦ୍ଧା ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୨୫୯ ଜଣ । ସେହିପରି ୪୮ ଜଣ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି ।

Related Posts