ଆମେରିକୀୟ ଯାଞ୍ଚ ଏଜେନ୍ସି ଏଫବିଆଇ ଉପରେ ଚୋରି ଅଭିଯୋଗ ଆଣିଲେ ଡୋନାଲ୍ଡ ଟ୍ରମ୍ପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସର୍ବଦା ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ଟ୍ରମ୍ପ ଆମେରିକାର ଯାଞ୍ଚ ଏଜେନ୍ସି (ଏଫବିଆଇ) ଉପରେ ଗୁରୁତର ଅଭିଯୋଗ ଆଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଟ୍ରମ୍ପ ଆମେରିକୀୟ ଯାଞ୍ଚ ଏଜେନ୍ସି ଏଫବିଆଇ ଉପରେ ନିଜ ବାସଭବନରୁ ଚୋରି କରିବାର ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ କିଛିଦିନ ତଳେ ଏଫବିଆଇ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ମାର-ଏ-ଲାଗୋ ବାସଭବନ ଉପରେ ଚଢାଉ କରିଥିଲା ।ଏହି ଚଢାଉକୁ ଏକ ସପ୍ତାହ ବିତି ଗଲାଣି । ଏବେ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଏଫବିଆଇ ଚଢାଉ ସମୟରେ ତାଙ୍କ ଘରୁ ଚୋରୀ ହୋଇଛି । ସେ କହିଛନ୍ତି କି ଚଢାଉ ସମୟରେ ତାଙ୍କର ବାସଭବନରୁ ୩ଟି ପାସପୋର୍ଟ ଚୋରୀ ହୋଇ ଯାଇଛି । ଏକଥା ଟ୍ରମ୍ପ ଟୁଇଟ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏପରି ପ୍ରଥମଥର ଲାଗି ହୋଇଛି ଯେତେବେଳେ ଜଣେ ରାଜନେତା ଏଫବିଆଇ ବିରୋଧରେ ଅଭିଯୋଗ ଆଣିଛନ୍ତି । ଟ୍ରମ୍ପ ନିଜ ଅଭିଯୋଗ ରେ କହିଛନ୍ତି ମୋତେ ନିର୍ବାଚନରେ ଭାଗ ନ ନେବା ପାଇଁ ଏହା ହେଉଛି ଗୋଟିଏ ଷଡଯନ୍ତ୍ର। ତେବେ ଟ୍ରମ୍ପଙ୍କ ଉପରେ ଅଭିଯୋଗ ହୋେଇଥିଲା ଯେ ସେ ହ୍ୱାଇଟ ହାଉସ ଛାଡିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଷ୍ଟ କରି ଦେଇଥିଲେ ଅବା ନିଜ ସହ ନେଇ ଆସିଥିଲେ । ଏହି ତଥ୍ୟ ସବୁକୁ ଖୋଜିବାକୁ ତାଙ୍କ ବାସଭବନ ଉପରେ ଚଢାଉ କରିଥିଲା ଏଫବିଆଇ ।

Related Posts