ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ । ୨୦୨୪ରେ ହ୍ବାଇଟ୍ ହାଉସ୍ ପାଇଁ ନିର୍ବାଚନ ଲଢ଼ିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏନେଇ ଘୋଷଣା କରିବା ସହିତ କାଗଜପତ୍ର ଦାଖଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା ନ୍ୟୁଜ୍ ଏଜେନ୍ସ ଏଏଫପି ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ହ୍ବାଇଟ୍ ହାଉସ୍ ଆଶାୟୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ସମସ୍ତ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସେ ଆମେରିକାକୁ ବିକାଶର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି ।

ସେପଟେ ହ୍ବାଇଟ୍ ହାଉସ୍ ଆଶାୟୀ ଭାବେ ଡୋନଲ୍ଡ ଟ୍ରମ୍ପ ଘୋଷଣା ପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟ୍ରମ୍ପ ଦେଶବାସୀଙ୍କୁ ପୂର୍ବରୁ ନିରାଶ କରିଛନ୍ତି ବୋଲି କହିଛନ୍ତି ।

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ପୂର୍ବରୁ ଇସାରା କରିଥିଲେ ଡୋନାଲ୍ଡ ଟ୍ରମ୍ପ । ମଙ୍ଗଳବାର ଏହାକୁ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ୨୦୧୭ରେ ଆମେରିକାର ରିପବ୍ଲିକାନ୍ ପାର୍ଟି ତରଫରୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲା ।

Related Posts