ଆଜି ପ୍ରଥମାଷ୍ଟମୀ: ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ

ପୁରୀ : ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ଘରର ଆଉ ଏକ ପରମ୍ପରା । ଅଜିରଦିନରେଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରୀ ପିଠାର ମହକ । ବାପା-ମାଆଙ୍କ ପ୍ରଥମ ସନ୍ତାନ ନୂଆ ପିନ୍ଧି ପୋଢୁଆ ହେଉଛନ୍ତି । ଘରର ଜ୍ୟେଷ୍ଠଙ୍କୁ ବନ୍ଦାପନା କରାଯାଉଛି ।

ସେହିପରି ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଆଜି ଖଣ୍ଟୁଆ ପାଟ ପିନ୍ଧି ପୋଢ଼ୁଆଁ ହେବେ ମହାପ୍ରଭୁ । ଭାର ଆସିବା ବେଳେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।

ମାର୍ଗଶୀର ମାସର ଅଷ୍ଟମୀ କୃଷ୍ଣପକ୍ଷରେ ଏହି ପର୍ବ ପଡ଼ିଥାଏ। ଘରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯିବା ସହ ସୁସ୍ୱାଦୁ ଏଣ୍ଡୁରୀ ପିଠା ପ୍ରସ୍ତୁତି ହୋଇଥାଏ। ଏହି ଦିନ ନୂଆ ବିରି ଓ ଅରୁଆ ଚାଉଳରେ ଏଣ୍ଡୁରି ପିଠା କରାଯାଏ। ହଳଦୀ ପତର ଭିତରେ ଚାଉଳ ଚୁନାରେ ପ୍ରସ୍ତୁତ ପୀଠଉକୁ ସ୍ୱତନ୍ତ୍ର ପଦ୍ଧତିରେ ପାତ୍ର ଭିତରେ ରଖି ପିଠା ତିଆରି କରାଯାଏ। ପିଠାର ସ୍ୱାଦ ବଢ଼ାଇବା ନିମନ୍ତେ ଏହା ଭିତରେ ନଡ଼ିଆ, ଗୁଡ଼ କିମ୍ବା ଛେନାର ପୁର ଦିଆଯାଏ। ଏହାଛଡ଼ା ଖେଚେଡ଼ି, ଡାଲମା, ଖଟା, ଖିରୀ, ତରକାରୀ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ପୀଠା ମଧ୍ୟ ଏହି ଅବସରରେ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଅର୍ପଣ କରାଯାଇଥାଏ।

Related Posts