ଲକ୍ଷଣ ଥିଲେ ପିଲାମାନଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଆୟତ୍ୱ ହେବାରେ ଲାଗିଛି । ଏପରିକି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୭ ତାରିଖରେ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ମଧ୍ୟରେ ସ୍ୱାସ୍ଥ୍ର ନିର୍ଦ୍ଦେଶକ ବଡ଼ ବୟାନ ଦେଇଛନ୍ତି । ତେବେ ର୍ଭେଲାନ୍ସ ଜାରି ରହିବ। ଗାଁ ମାନଙ୍କରେ ଆଶା ଅଛନ୍ତି, ପୁରୁଷ କର୍ମୀ ଅଛନ୍ତି। ଆରଆରଟି ଟିମ ବି ରହିଛି। ନଜର ରହିବ କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର‌୍ୟ୍ୟ କରାଯିବ।

ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ ଅଭିଭାବକ ମାନଙ୍କର ଦାୟିତ୍ୱ ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି । ତେବେ ସେହି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ଶିକ୍ଷକ ମାନେ ବି ଫିଜିକାଲ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମରେ କାର‌୍ୟ୍ୟ କରିବାକୁ ପରାମର୍ଶ ରହିଛି । କିଛି ଲକ୍ଷଣପାଇଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି ।

Related Posts