ଯମୁନା ଏକ୍ସପ୍ରେସ ୱେରୁ ତଳକୁ ଖସିଲା ବସ୍, ୨୯ ମୃତ

ସତ୍ୟପାଠ ବ୍ୟୁରୋ : ଉତ୍ତର ପ୍ରଦେଶରେ ସୋମବାର ସକାଳୁ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଯମୁନା ଏକ୍ସପ୍ରେସ ୱେ ର ଗଭୀର ନାଳକୁ ଏକ ଯାତ୍ରୀବାହିୀ ବସ ଖସି ପଡିବା ଫଳରେ ୨୯ଜଣଙ୍କ ମୃତ୍ୟୁ ହୋଇଛି । ପାଖାପାଖି ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।

ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବସ୍ ଟି ଉତ୍ତରପ୍ରଦେଶ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନର ।ଏହି ବସ ଉତ୍ତରପ୍ରଦେଶର ରାଜଧାନୀ ଲଖନଉ ଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ତଳକୁ ଖସି ପଡ଼ିଥିଲା । ଡବଲ୍ ଡେକର ବସ୍ ଟି ୫୦ଜଣ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୋରୁ ଦିଲ୍ଲୀ ଯାଉଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ପୋଲିସ୍ ଅଧୀକ୍ଷକ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାର ପାଇଁ ସରକାର ୫ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ।

Related Posts