କୃଷ୍ଣପ୍ରସାଦ କହ୍ନେଇପୁରରେ ବୋମା ବର୍ଷା : ୬ ଗୁରୁତର

ସତ୍ୟପାଠ ବ୍ୟୁରୋ : ଅଶାନ୍ତ ହୋଇଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର । ପୂର୍ବ ଶତ୍ରୁତାକୁ ନେଇ ଗାଁରେ ତୁହାକୁ ତୁହା ବୋମାବର୍ଷା ହୋଇଛି । ଦୁଇ ଗୋଷ୍ଠୀ ପକ୍ଷରୁ ୧୦ରୁଉଦ୍ଧ୍ୱର୍ ସିରିଜ୍ ବୋମାମାଡରେ ଉଭୟ ପକ୍ଷର ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି ।

ଗତକାଲି ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାପରେ ଗାଁରେ ଅଶାନ୍ତ ରହିଛି ପରିସ୍ଥିତି । ବୋମାମାଡ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗାଁରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related Posts