ଭୁବନେଶ୍ୱର,୦୫/୭(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି। ୫ ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ଉପସଚିବ ପୂଜା ଜୈନ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି କରିଛନ୍ତି।
ସରକାରଙ୍କ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗର ଚିଠି ଅନୁଯାୟୀ ୨୦୧୩ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ପରାଗ ହର୍ଷଦ ଗାଭାଲିଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଡେପୁଟି ସେକ୍ରେଟେରୀ ସ୍ତରରେ ଜୁଆଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଛି।
ହର୍ଷଦ ବର୍ତ୍ତମାନ ଜୁନ୍ ୨୦୨୨ ରୁ ସୁନ୍ଦରଗଡ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ତାଙ୍କୁ କଳାହାଣ୍ଡି କଲେକ୍ଟର ଭାବରେ ପୋଷ୍ଟ କରାଯାଇଥିଲା।