ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ବାମ୍ବାଦିକତା ବିଭାଗର ପ୍ରଫେସର ଡ. ସୁନୀଲକାନ୍ତ ବେହେରାଙ୍କ ପରଲୋକ

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ପ୍ରଫେସର ଡ. ସୁନୀଲକାନ୍ତ ବେହେରାଙ୍କ ପରଲୋକ । ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ହେଲା ଜ୍ବରରେ ହୋଇଥିଲେ ପୀଡ଼ିତ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସନ୍ଧ୍ୟାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ତେବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସୁନୀଲକାନ୍ତ ଥିଲେ ସ୍ବାମ୍ବାଦିକତା ବିଭାଗର ପ୍ରଫେସର । ସେହିପରି ସେ ତେଜପୁର ସେଣ୍ଟ୍ରାଲ ୟୁନିଭର୍ସିଟିର ପ୍ରଫେସର ଅଫ୍ ଏମିନେନ୍ସ ଥିଲେ । ଏହାସହିତ ଏବେ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ ଯେ, ୧୯୫୫ ଅଗଷ୍ଟ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁନୀଲକାନ୍ତ । ୬୭ ବର୍ଷ ବୟସରେ ଆଜି ତାଙ୍କର ହୋଇଛି ମୃତ୍ୟୁ ହୋଇଛି । ବ୍ରହ୍ମପୁର ହିଲପାଟଣାସ୍ଥିତ ବାସଭବନରେ ସେ ଅସୁସ୍ଥ ହୋଇଥିଲେ। ତେବେ ତାଙ୍କର ଇଚ୍ଛା ଅନୁଯାୟୀ ମରଶରୀର ଏମକେସିଜିକୁ ଦାନ କରାଯିବ । ତାଙ୍କର ମୃତ୍ୟୁରେ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ସହକର୍ମୀ ଶୋକ ବ୍ୟକ୍ତ କରିଛନ୍ତି ।

Related Posts