ପାଣ୍ଡିଆନଙ୍କ ଗସ୍ତବେଳେ ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲ.ଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ  5-ଟି ସଚିବ ଭି. କେ. ପାଣ୍ଡିଆନ୍‌ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ।  କେନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ  ଚିକିତ୍ସାଳୟ ଯାଇଥିଲେ। ସେହି ସମୟରେ ସାମାନ୍ୟ ବର୍ଷାରେ ଡ୍ରେନ ପାଣି ଡାକ୍ତରଖାନା ଭିତରେ ପଶି ଯାଇଥିଲା, ରୋଗୀ ଅପରିଷ୍କାର ପରିବେଶରେ ରହିଥିଲେ, ଡାକ୍ତରମାନେ ପାଣିଘେରରେ ଦୀର୍ଘ ସମୟ ଫସି ରହିଥିଲେ।  ହେଲେ ଏସବୁ ସଚିବଙ୍କ ଦୃଷ୍ଟିକୁ ଆସି ନ ଥିଲା। ସୁରକ୍ଷିତସ୍ଥାନରେ ରହି  ‘ମୋ ସରକାର’ ଯୋଜନାର ତଦାରଖ କରିଥିଲେ ପାଣ୍ଡିଆନ।

Related Posts