ଦୁଷ୍କର୍ମକାରୀ ଡାକ୍ତର ଗିରଫ

ମୁମ୍ବାଇରେ କାମୁକ ଡାକ୍ତରଙ୍କ କାରନାମା । ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ । ଚିକିତ୍ସା କରିବା ନାଁ ଜଣେ ମହିଳାଙ୍କୁ ୫୮ବର୍ଷୀୟ ଡାକ୍ତର ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରିବା ଓ ତାଙ୍କର ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଛି । ଏହି ଘଟଣାକୁ ନେଇ ମେଘଓ୍ଵାଡ଼ି ପୋଲିସ ଷ୍ଟେସନରେ ଏତଲା ରୁଜୁ କରାଯାଇଥିବା ବେଳେ ଅଧିକ ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ ୨୦୧୫ରେ ପୀଡ଼ିତା ନିଜର ପାଇଲ୍‌ସର ସମସ୍ୟା ନେଇ ଅଭିଯୁକ୍ତ ଡାକ୍ତର ବଂଶରାଜ ଦ୍ୱିବେଦୀଙ୍କ ପାଖରେ ପହଞ୍ଚିଥିଲେ । ଦ୍ୱିତୀୟ ଥର ଡାକ୍ତରଙ୍କ ପାଖକୁ ଯିବା ପରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ନିଶା ଦେଇ ତାଙ୍କର ଅଶାଳୀନ ଭିଡିଓ ତିଆରି କରିଥିଲେ । ପରେ ସେହି ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଡାକ୍ତର । 2 ବର୍ଷ ପର୍ଯ୍ୟନ୍ତ ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲା । ବିବାହ ପରେ ପୀଡ଼ିତା ଫୋନ ଉଠାଇବା ବନ୍ଦ କରି ଦେବାରୁ ଅଭିଯୁକ୍ତ ତାଙ୍କର ଭିଡିଓ ଭାଇରାଲ କରି ଦେଇଥିଲେ । ପୀଡ଼ିତାଙ୍କ ସ୍ୱାମୀ ଭିଡିଓ ଦେଖି ପୂରା ଘଟଣା ଜାଣିବା ପରେ ଡାକ୍ତର ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ  ।

Related Posts