ଏଚ୍‌ଏସ୍‌ଟିଡିଭିର ସଫଳ ପରୀକ୍ଷଣ

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଏକ ବଡ ସଫଳତା ମିଳିଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକିଲକୁ ଆଜି ଦିନ ୧୧ଟା ୨୨ମିନିଟ୍ ରେ ଆଇଟିଆର ସ୍ଥିତ ଅବଦୁଲ କାଲାମ ଦ୍ବୀପ ଥିବା ୪ ନମ୍ବର ଲଞ୍ଚପ୍ୟାଡରୁ ସଫଳ ପରୀକ୍ଷଣ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଇପରସୋନିକ ଟେକ୍ନୋଲୋଜି  ଡେମନଷ୍ଟ୍ରେଟର ଭେଇକିଲର ସଫଳ ପରୀକ୍ଷଣ ଦ୍ବାରା ଏବେଠାରୁ ଭାରତ ଆକାଶ ମାର୍ଗରେ ଉଭୟ ଦୂରଗାମୀ ସୁପରସୋନିକ କ୍ରୁଜ୍ ମିସାଇଲ ପରୀକ୍ଷଣରେ ବେଶ୍ ସହାୟକ ହେବ । ସେହିଭଳି ଏହି ସୁପରସୋନିକ ସ୍ପିଡ୍ ଫ୍ଲାଇଟ୍ ସାହାଯ୍ୟରେ ଅତି କମ୍ ଖର୍ଚ୍ଚରେ ମହାକାଶରେ ଉପଗ୍ରହ ପ୍ରେରଣ  ହୋଇପାରିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ହାଇପରସୋନିକ୍ ଆୟାରକ୍ରାଫ୍ଟ ରେ ଡବର ସ୍କାମ୍ ଜେଟ୍ ଇଞ୍ଜିନ ବ୍ୟବହାର ହୋଇଛି । ଏହା ଶବ୍ଦର ଗତିଠାରୁ ୪ ଗୁଣା  ଅଧିକ ଗତିରେ ଯାଇପାରେ  ।

Related Posts