ସୁନ୍ଦର ତ୍ୱଚା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଇଚ୍ଛା କରନ୍ତି । ଦୈନନ୍ଦିନ ଜୀବନରେ ମହିଳାମାନେ ତ୍ୱଚା ପାଇଁ ଅଧିକସମୟ ଦେଇପାରନ୍ତିି ନାହିଁ  । ତ୍ୱଚା ଶୁଷ୍କ କିମ୍ବା ମଳିନ ପଡ଼ିଗଲେ ଲୋକେ ଅନେକ ବଜାରରେ ମିଳୁଥିବା କସମେଟିକ ବ୍ୟବହାର କରନ୍ତି । ଯାହାର ସାଇଡ଼ ଇଫେକ୍ଟ ରହିଛି । ତେଣୁ କିଛି ଘରୋଇ ଉପାୟରେ ନିଜ ତ୍ୱଚାକୁ ସତେଜ ରଖନ୍ତୁ ।

ଶୋଇବା ପୂର୍ବରୁ ସବୁବେଳେ ମେକଅପକୁ ଭଲରେ ସଫାକରନ୍ତୁ । ଖାଦ୍ୟରେ ଫଳ , ସବୁଜ ପନିପରିବା ପ୍ରଚୁର ମାତ୍ରାରେ ଖାଆନ୍ତୁ । ଆପଣଙ୍କ ଶରୀର ପାଇଁ ପ୍ରାୟ ୮ ଘଂଟା ଶୋଇବା ଜରୁରୀ । ଏହା ଦ୍ୱାରା ମୁହଁ ସତେଜ ରହେ ।

ତ୍ୱଚାକୁ ସତେଜ ରଖିବା ସହ ସନଟ୍ୟାନ ବାହାର କରିବାରେ ଟୋମାଟୋ ଉପକାରୀ ହୋଇଥାଏ । ଦୁଇ ଚାମଚ ଟମାଟୋ ରସରେ ୨ବୁନ୍ଦା ଲେମ୍ବୁ ରସ ଓ଼ ଆଳୁ ରସ ମିଶାଇ ତ୍ୱଚାରେ ଲଗାଇଲେ ତ୍ୱଚା  ପରିଷ୍କାର ହେବା ସହ  ଗୋରାପଣ ମିଳିଥାଏ । କାକୁଡି ମଧ୍ୟ ତ୍ୱଚା ପାଇଁ ବହୁ ଉପକାରୀ ହୋଇଥାଏ । କାକୁଡିକୁ କାଟି ମୁହଁରେ ଘଷନ୍ତୁ କିମ୍ବା କାକୁଡ଼ି ରସ ପ୍ରସ୍ତୁତ କରିତ୍ୱଚାରେ ଲଗାନ୍ତୁ। ଖରାଦିନରେ ଗୋଲାପ ଜଳ ବ୍ୟବହାର କରିପାରିବେ । ତାହା ତ୍ୱଚା ସଫା କରିବା ସହ ଉଜ୍ଜଳ କରିଥାଏ । ଏହା ସହ ମୁହଁରେ ସପ୍ତାହରେ ୨ ଥର ମହୁ ଲଗାନ୍ତୁ । ଗୋରାପଣ ସହ ସତେଜ ତ୍ୱଚା ପାଇବା ପାଇଁ ଟମୋଟ ,ଆଳୁ ରସ ଗୋଳାଇ ଲଗାନ୍ତୁ ।

Related Posts