ଲାଗୁ ହେବ ଇ-ବିଧାନ ଆପ୍‌: ଲୋକସଭା ଢାଞ୍ଚାରେ ଚାଲିବ ବିଧାନସଭାର ବିଭିନ୍ନ କମିଟି

ଭୁବନେଶ୍ବର: ସ୍ମାର୍ଟ ହେବ ବିଧାୟକ । ଡିଜିଟାଲ ଜମାନା ସହ ତାଳ ଦେବାକୁ ବାଚସ୍ପତିଙ୍କ ନିଷ୍ପତ୍ତି । ବିଧାନସଭାର ଶୀତ ଅଧିବେଶନରୁ ଲାଗୁ ହେବ ଇ-ବିଧାନ ଆପ୍‌ । ଯାହା ମାଧ୍ୟମରେ ପ୍ରଶ୍ନ ଦେଇ ଉତ୍ତର ପାଇପାରିବେ ବିଧାୟକ । ଏଣିକି ଲୋକସଭା ଢାଞ୍ଚାରେ ଚାଲିବ ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟପ୍ରଣାଳୀ । ବିଭିନ୍ନ କମିଟିର ବୈଠକରେ ବିଶେଷଜ୍ଞଙ୍କୁ ଡାକି ମତାମତ ନିଆଯିବ । ରାଜ୍ୟ ବାହାରୁ ବି ବିଶେଷଜ୍ଞଙ୍କୁ ଡକାଇ ପାରିବ ବିଧାନସଭା କମିଟି । ସୁପାରିସର କାର୍ଯ୍ୟକାରିତା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ବିଧାନସଭାର ବିଭିନ୍ନ କମିଟି ଅଧ୍ୟକ୍ଷଙ୍କ ସହ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏଭଳି ସୂଚନା ଦେଇଛନ୍ତି ।

Related Posts