ଆସାମ ରେ ଭୂମିକମ୍ପ, ଧସିଲା ପାହାଡ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଡଧରଣର ଭୂକମ୍ପରେ ହଲିଯାଇଛି ପୂରା ଆସାମ । ଆଜି ସକାଳ ୭.୫୧ରେ ବଡ ଧରଣର ଭୂକମ୍ପ ହେଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ଥିଲା ରାଜ୍ୟରେ ବ୍ୟାପକ କ୍ଷୟ କ୍ଷତି ହେବା ନେଇ ନ୍ୟାସନାଲ ସେଣ୍ଟର ଅଫ୍ ଭୂକମ୍ପ ବିଜ୍ଞାନ ଅଧିକାରୀମାନେ କହିଛନ୍ତି । ଆସାମର ପଡୋଶୀ ରାଜ୍ୟ ମେଘାଳୟ ଏବଂ ପଶ୍ଚିମବଙ୍ଗର ଉତ୍ତରଭାଗ ସମେତ ସମଗ୍ର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରଥମେ ଆସାମର ସୋନୀତପୁର ଜିଲ୍ଲାରେ ୧୭ କିଲୋମିଟର ଗଭୀରରେ ରହିଥିବା ବେଳେ । ଏହି ସମୟରେ ଆଉ ଦୁଇଟି ଭୂକମ୍ପର କେନ୍ଦ୍ର ତେଜପୁର ସହର ଠାରୁ ୩୦ କିଲୋମିଟର ଦୁରରେ ଓ ତେଜପୁର ଠାରୁ ୩୯ କିଲୋମିଟର ଦୂରରେ ଥିବା ରିକ୍ଟର ସ୍କେଲରେ ୪.୪ ଅନୁଭୂତ ହୋଇଥିଲ । ଏଯାଏ ମୃତାହାତଙ୍କ ସୂଚନା ମିଳିନଥିଲେ ହେଁ ଲୋକମାନେ ଭୟଭୀତ ହୋଇ ନିଜଘର ଛାଡି ଅନ୍ୟ ଜାଗାକୁ ପଳାଇଥିଲେ । ତେଜପୁରର ଅନେକ ବଡ ବଡ ଅଟ୍ଟାଳିକା ,ସୋନିତପୁରର ଓ ଅନ୍ୟାନ୍ୟ ସ୍ଥାନମାନଙ୍କର ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଥିଲା । ଭୂକମ୍ପର ତୀବ୍ରତାରେ ପାହାଡର କିଛି ଅଂଶ ଭାଙ୍ଗିଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Related Posts