ପୁଅ ବାବିଲ୍ ସହ ଇରଫାନ୍ ଫିଲ୍ମ କରିବାକୁ ଯୋଜନା କରିଥିଲେ ; ସ୍ତ୍ରୀ ସୂତପା

(ସତ୍ୟପାଠ ବ୍ୟୁରୋ)  ଭୁବନେଶ୍ୱର : ଗତ ବର୍ଷ ଏପ୍ରିଲ୍ 29 ତାରିଖରେ, ବଲିଉଡର ପ୍ରତିଭାବାନ ଅଭିନେତା ଇରଫାନ୍ ଖାନ୍ ଙ୍କ ପରଲୋକ ଘଟିଥିଲା । ତାଙ୍କର ହଠାତ୍ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ଦୁଃଖଦ ଘଟଣା ଥିଲା । ବିଶେଷ କରି ତାଙ୍କ ପରିବାରରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ତାଙ୍କ ପତ୍ନୀ ସୂତାପା ଏବଂ ଦୁଇ ପୁଅ ବାବିଲ ଖାନ ଏବଂ ଆୟାନ ଖାନ ତାଙ୍କ ପିତାଙ୍କ ଦେହାନ୍ତ ହେବାର ଦୁଃଖକୁ ଏ ପର୍ଯ୍ୟନ୍ତ ଭୁଲି ନାହାନ୍ତି । 2018 ରେ ସେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ଥିବା ଜଣାପଡ଼ିଥିଲା । ପରେ ଚିକିତ୍ସା ପାଇଁ ସେ ଲଣ୍ଡନ ମଧ୍ୟ ଯାଇଥିଲେ। ଶେଷ ଥର ପାଇଁ ଇରଫାନ୍ ଙ୍କୁ “ଇଙ୍ଗ୍ରେଜି ମିଡିୟମ” ଫିଲ୍ମରେ ଦେଖିବାକୁ ମିଳିଥିଲା ​​ଯେଉଁଥିରେ କରୀନା କପୁର ଖାନ ଏବଂ ରାଧିକା ମଦନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଉ ଏବେ ତାଙ୍କ ମୃତ୍ୟୁକୁ ଏକ ବର୍ଷ ପୁରିବାକୁ ଯାଉଛି। ଏହା ପୂର୍ବରୁ ତାଙ୍କ ପତ୍ନୀ ସୂତାପା କହିଛନ୍ତି ଯେ, ” ଇରଫାନ୍ ତାଙ୍କ ପୁଅ ବାବିଲଙ୍କ ସହ କାମ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଗୋଟିଏ ଭଲ ସ୍କ୍ରିପ୍ଟ ଖୋଜୁଥିଲେ। ” ସେ କହିଛନ୍ତି, “‘ ଯଦି ବାବିଲ କେବଳ ଫିଲ୍ମ କରିବାକୁ ଚାହାଁନ୍ତି ତେବେ ଏହି ଫିଲ୍ମ ଅନେକ କିଛି ବଦଳାଇଦେବ । ମୁଁ ଏଥିରେ ଅଭିନୟ କିମ୍ବା ନିର୍ଦ୍ଦେଶନା ଦେବାକୁ ଚାହେଁ ।’ ସେ ତାଙ୍କ ପୁଅର କ୍ୟାରିୟର ପାଇଁ ଯୋଜନା କରିଥିଲେ ଏବଂ ହଠାତ୍ ଏଭଳି ଘଟଣା ଘଟିଗଲା ।” ସୂତପା ସୂଚନା ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଜଣେ କୋଚ୍ ଙ୍କ ଉପରେ ପର୍ଯ୍ୟବେଶିତ ହେବ ଯିଏକି କିଛି ଦକ୍ଷ ପିଲାମାନଙ୍କୁ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିମ ଦିଅନ୍ତି ଏବଂ ସେମାନେ କିପରି ଜିତନ୍ତି । ଇରଫାନଙ୍କୁ ତାଙ୍କ ପୁଅ ସହ ବଡ ପରଦାରେ ଦେଖିବାକୁ ବହୁ ପ୍ରଶଂସକ ଆଗ୍ରହୀ ଥିଲେ। କିନ୍ତୁ ଏପ୍ରିଲ୍ 2020 ରେ ତାଙ୍କର ଦେହାନ୍ତ ହେବାପରେ ଅନେକ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବାବିଲ ନିକଟରେ ‘କ୍ୱାଲା’ ନାମକ ଏକ ଚଳଚ୍ଚିତ୍ରରେ ଡେବ୍ୟୁ କରିବାକୁ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ଅନଭିତା ଦତ୍ତଙ୍କ ନିର୍ଦ୍ଦେଶନାରେ ଚଳଚିତ୍ରଟି ନିର୍ମିତ ହୋଇଛି।

Related Posts