ଭୂକମ୍ପ ଝଟକାରେ ଥରିଲା ମଣିପୁର, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଳମ୍ବିତ ରାତିରେ ମଣିପୁର ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଏହି ଭୂକମ୍ପ ର ଗଭୀରତା ୯୪ କିମି ରହିଥିବା ସୂଚନା ମିଳିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିଥିବାର କିଛି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।

Related Posts