ଭୂମିକମ୍ପ ଝଟକାରେ ଥରିଲା ନେପାଳ: ରିକ୍ଟର ସ୍କେଲରେ ତୀବ୍ରତା ୫.୩

ନୂଆଦିଲ୍ଲୀ : ଥରିଲା ନେପାଳ । ଭୂମିକମ୍ପ ଝଟକା ରେ ଥରିଛି ନେପାଳ । ଭାରତର ପଡୋଶୀ ଦେଶ ନେପାଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନୁବାକୋଟ ଜିଲ୍ଲାରେ ଏହାର ପ୍ରଭାବ ବେଶି ପଡିଥିଲା । ନ୍ୟାଶନାଲ ଆର୍ଥକ୍ୱେକ୍ ମନିଟରିଂ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରର କହିବାନୁସାରେ, ସକାଳ ୫ଟା ୨୬ରେ ଭୂମିକମ୍ପର ଝଟକା ଲାଗିଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୩ । ତେବେ ଏହା ପ୍ରଭାବରେ ଖେୟକ୍ଷତି ସଂପର୍କ ରେ ସୂଚନା ମିଳିନାହିଁ।

ଏହାପୂର୍ବରୁ ରବିବାର ଅର୍ଥାତ ଜୁଲାଇ ୩୧ ତାରିଖରେ ନେପାଳର କାଠମାଣ୍ଡୁରେ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା ୫.୫ । ଏହାର ପ୍ରଭାବ ବିହାର ସମେତ ଅନ୍ୟ ଜିଲ୍ଲାରେ ପଡିଥିଲା । ନେପାଳ ସୀମାରେ ଥିବା ମଧୁବନ, ସମସ୍ତୀପୁର, ଅରରିୟା, କଟିହାର ଓ ସୀତାମଢିରେ ସକାଳ ୭ଟା ୫୮ରେ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳୀ କାଠମାଣ୍ଡୁରୁ ୧୪୭ କିମି ଦୂରରେ ଥିଲା ।

ଗତମାସରେ ମଧ୍ୟ ଥରିଥିଲା ନେପାଳ

ଜୁଲାଇ ମାସରେ ନେପାଳରେ ଲଗାତର ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩ । ଏହାର କେନ୍ଦ୍ରସ୍ଥଳୀ ମଧ୍ୟ କାଠମାଣ୍ଡୁରୁ ୧୯୧ କିମି ଦୂରରେ ଥିଲା । ଏହାବ୍ୟତୀତ ଅଗଷ୍ଟ ୫ ତାରିଖରେ ଆଫଗାନିସ୍ତାନ ମାଟି ଥରିଥିଲା । ଗୁରୁବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ୩୮ରେ ୪.୯ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

Related Posts