ରାଜ୍ୟରେ ଇଡି, ସିବିଆଇ ଚଢ଼ାଉ ହେବ, ୨୦୨୩ ସୁଦ୍ଧା ବିଜେଡି ସଫା ହୋଇଯିବ: ବିଶେଶ୍ୱର ଟୁଡୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡ଼ିଶା ଗସ୍ତ ପରେ ଆକ୍ସନକୁ ବିଜେପି । ବଂଶଲଙ୍କ ଗସ୍ତକୁ ଦୁଇ ଦିନ ପୁରିନଥିବା ବେଳେ ଓଡ଼ିଶାକୁ ସାତ ସାତ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ କରିଛନ୍ତି । ଏହି କେନ୍ଦ୍ର ମନ୍ତ୍ରୀ ମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଶକ୍ରବାର ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ପତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ, ଖୁବଶିଘ୍ର ରାଜ୍ୟରେ ଇଡି, ସିବିଆଇ ଚଢ଼ାଉ ହେବ ଆଉ ୨୦୨୩ ସୁଦ୍ଧା ରାଜ୍ୟରୁ ବିଜେଡି ସଫା ହୋଇଯିବ ।

ସେ ଆହୁରି କହିଛନ୍ତି ଯେ, ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ଏବେ ନିଜର ସଂଗଠନ ମଜୁବୁତ କରିବ । ଆସନ୍ତା ନିର୍ବାଚନରେ ବିଜେପି ଭଲ ରେଜଲ୍ଟ କରିବା ସହିତ ଓଡ଼ିଶାରେ ସରକାର କରିବ । ଲୋକସଭା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ମନ୍ତ୍ରୀ ମାନେ ଏବେ ଓଡ଼ିଶା ଆସୁଛନ୍ତି । ସେମାନେ ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ତଦାରଖ କରିବା ସହିତ କଣ ତ୍ରୁଟି ବିଚ୍ୟୁତି ରହିଛି ତାହାର ଯାଞ୍ଚ ମଧ୍ୟ କରିବେ ।

ସେପଟେ କେନ୍ଦ୍ର ମନ୍ତ୍ରୀ ମାନଙ୍କ ଏପରି ଓଡିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଯାଇଛି। ରାଜ୍ୟରୁ ୨୦୨୪ ନିର୍ବାଚନରେ ୫୦ ପ୍ରତିଶତ ଭୋଟ ହାତେଇବା ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମକୁ ନେଇ ୩୭ ହଜାର ବୁଥରେ ଆନ୍ଦୋଳନ କରିବା ବିଜେପିର ଟାର୍ଗେଟରେ ରହିଛି । ତେବେ ବିଜେପିର ମିଶନକୁ ଦେଖି ଦଳୀୟ ନେତାଙ୍କୁ ଏବେଠୁ ସଜାଗ ଦେଇଛି ବିଜେଡି । ଦେଢ କୋଟି ଭୋଟରଙ୍କୁ ଦଳ ପ୍ରତି ଆକୃଷ୍ଟ କରିବା ସହ ବ୍ରାଣ୍ଡ ନବୀନ ଓ ବିକାଶର ମୁଦ୍ଦା ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ଦଳ । ସେପଟେ ତଳକୁ ତଳ ଯାଉଥିବା କଂଗ୍ରେସ ଏବେ ପଦଯାତ୍ରାର ଫଣ୍ଡା ଆପଣେଇଛି ।

Related Posts