କୋର୍ଟରେ ଇଡିର ଦଲିଲ; “ସଞ୍ଜୟ ରାଉତ ଜଣେ ପ୍ରବାଭଶାଳୀ ବ୍ୟକ୍ତି, ସେ ସାକ୍ଷୀମାନଙ୍କୁ ଧମକାଇ ପ୍ରମାଣ ନଷ୍ଟ କରି ପାରନ୍ତି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାତ୍ରା ଚୌଲ୍ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ଅଗଷ୍ଟ ୧ ତାରିଖରେ ସଞ୍ଜୟଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ପରେ ସେ ରିମାଣ୍ଡରେ ଥିଲେ। ତେବେ ସୋମବାର ଇଡି ପକ୍ଷରୁ ଆଉ ସଞ୍ଜୟଙ୍କ ରିମାଣ୍ଡ ଆବେଦନ କରାଯାଇ ନଥିଲା । କିନ୍ତୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେବାକୁ ଇଡି ଦାବି କରିଥିଲା। ଇଡି ତାର ଦଲିଲରେ କହିଥିଲା ଯେ, ସଞ୍ଜୟ ରାଉତ ଜଣେ ପ୍ରବାଭଶାଳୀ ବ୍ୟକ୍ତି । ସେ ସାକ୍ଷୀମାନଙ୍କୁ ଧମକାଇ ପାରନ୍ତି। ଏଥିସହ ପ୍ରମାଣ ନଷ୍ଟ କରିବାର କ୍ଷମତା ମଧ୍ୟ ସଞ୍ଜୟଙ୍କ ପାଖରେ ରହିଛି ।ତେଣୁ ସଞ୍ଜୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଇଡି ଦାବି କରଥିଲା। । ଏହା ପରେ ଅଦାଲତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ସଞ୍ଜୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ଅଦାଲତ।

ସୂଚନା ଅନୁଶାରେ, ଅଗଷ୍ଟ ୧ରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିଲା। ଏହାପରେ ଦୁଇ ପର୍ଯ୍ୟାୟରେ ୮ ତାରିଖ ଯାଏ ରିମାଣ୍ଡରେ ଆଣି ଜେରା କରିଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ପିଏମଏଲଏ କୋର୍ଟର ବିଚାରପତି ଏମଜି ଦେଶପାଣ୍ଡେଙ୍କ ଆଗରେ ହାଜର କରାଯାଇଥିଲା। ଆଜି ଇଡି ପକ୍ଷରୁ ଆଉ ଅଧିକ ଦିନର ରିମାଣ୍ଡ ମଗା ଯାଇ ନଥିଲା। ତେଣୁ ସଞ୍ଜୟ ରାଉତଙ୍କୁ ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Related Posts