ସୋନିଆ ଗାନ୍ଧିଙ୍କୁ ଇଡି ଜେରା ପ୍ରସଙ୍ଗ; ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଆଇସିସି ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ନୋଟିସ କରିବା ପ୍ରସଙ୍ଗ । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଏହାକୁ ପ୍ରତିବାଦ କରି ସତ୍ୟାଗ୍ରହ ଆରମ୍ଭ ହୋଇଛି । କଂଗ୍ରେସ ଭବନ ସମ୍ମୁଖରେ ସତ୍ୟାଗ୍ରହରେ ବସିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ବହୁ ବରିଷ୍ଠ ନେତାଙ୍କ ସମେତ ବିଧାୟକ ମାନେ ସାମିଲ ହୋଇଛନ୍ତି ।କେନ୍ଦ୍ରରେ ଶାସନ କରୁଥିବା ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସକୁ ଭୟବିତ କରିବାକୁ ଇଡିକୁ ବ୍ୟବହାର କରୁଛି ବିଜେପି । ଆଗକୁ ଏହାର କଡା ପ୍ରତିବାଦ କରାଯିବ।କଂଗ୍ରେସ କିମ୍ଭା ସୋନିଆ ଗାନ୍ଧୀ କେବେ ଡ଼ରିବେ ନାହିଁ କି ପଛକୁ ହଟିବେ ନାହିଁ ବୋଲି କହିଛି ଦଳ । ପୁର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଇଡି ଅଫିସ ଘେରାଉ କରିଥିଲା କଂଗ୍ରେସ । ଏହା ସହ ସମସ୍ତ ଜିଲ୍ଲାରେ ମଧ୍ୟ ପ୍ରତିବାଦ ଓ ବିରୋଧ କରାଯାଇଥିଲା କଂଗ୍ରେସ ପକ୍ଷରୁ ।

Related Posts